ଲକ୍ଷ୍ମୌ ବିପକ୍ଷ ମ୍ୟାଚରେ ଈଶାନ କିଶନଙ୍କ ଆଉଟ୍‌କୁ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍ସ, ଭାଇରଲ ହେଉଛି ଭିଡିଓ

ଚଳିତ ଆଇପିଏଲ୍‌ ସିଜନ ମୁମ୍ବାଇ ପାଇଁ ଖରାପ ରହିଛି। ଟିମ୍‌ ଚଳିତ ସିଜନରେ ୮ଟି ମ୍ୟାଚ ହାରିସାରିଲାଣି। ଗତକାଲି ଖେଳାଯାଉଥିବା ମୁମ୍ବାଇ ଏବଂ ଲକ୍ଷ୍ମୌ ମ୍ୟାଚ ମଧ୍ୟ ଈଶାନଙ୍କ ପାଇଁ ଭଲ ନଥିଲା। ଈଶାନ କିଶନ ଏହି ମ୍ୟାଚରେ ୨୦ ବଲର ମାତ୍ର ୮ ରନ କରି ଆଉଟ୍‌ ହୋଇଥିଲେ। ଆଉ ଏହି ଆଉଟ୍‌ ଅଦ୍ଭୁତ ଭାବେ ହୋଇଥିଲେ। ଯାହା ଯୋଗୁଁ ଏବେ ଆଉଟ ହେବାର ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାବେ ଭାଇରଲ ହେଉଛି।

ମ୍ୟାଚରେ ୭ ଓଭର ପର୍ଯ୍ୟନ୍ତ ମୁମ୍ବାଇର କୌଣସି ଓ୍ଵିକେଟ ଯାଇନଥିଲା। ଆଉ ଏଥିପାଇଁ ଲକ୍ଷ୍ମୌର ଅଧିନାୟକ କେଏଲ୍‌ ରାହୁଲ ୮ ଓଭର ବୋଲିଂ ପାଇଁ ରବି ବିଶ୍ନୋଇକୁ ଦେଇଥିଲେ। ବିଶ୍ନୋଇ ପ୍ରଥମ ବଲ୍‌ ପକାଇଥିଲେ। ଏହି ବଲ ଅଧିକ ଓ୍ଵାଇଡ ହେବା ଯୋଗୁଁ କେବଳ ଈଶାନ ବ୍ୟାଟିଂ କରିପାରିନଥିଲେ। ବଲ୍‌କୁ ବ୍ୟାଟକୁ ଛୁଇଁ ଓ୍ଵିକେଟ କିପର ଡିକକ୍‌ଙ୍କ ଜୋତାରେ ବାଜିଥିଲା ଏବଂ ପରେ ସ୍ଲିପରେ ଠିଆ ହୋଇଥିବା ଜେସନ ହୋଲଡର ତାକୁ କ୍ୟାଚ କରିନେଇଥିଲେ।

ଏହା ଆଉଟ୍‌ ନୁହେଁ ବୋଲି ପ୍ରଥମେ ସମସ୍ତେ ଭାବିଥିଲେ କନ୍ତୁ ଡିକକ୍‌ ଏବଂ ହୋଲ୍ଡର ଜୋରଦାର ଅପିଲ୍‌ କରିବା ଯୋଗୁଁ ଅମ୍ପାୟର ତୃତୀୟ ଅମ୍ପାୟର ଉପରେ ନିଷ୍ପତ୍ତି ଛାଡିଥିଲେ। ଟିଭି ରିପ୍ଲେରେ ଦେଖିବାକୁ ମିଳିଲା କି ବଲ୍‌ ତଳେ ନୁହେଁ ଜୋତାରେ ବାଜିଥିଲା। ଏହାପରେ ଈଶାନଙ୍କୁ ଆଉଟ୍‌ କରିଦିଆଯାଇଥିଲା।

ଲକ୍ଷ୍ମୌ ସୁପର ଜିଆଣ୍ଟସ ପ୍ରଥମେ ଖେଳିବା ପରେ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୬୮ ରନ୍‌ କରିଥିଲା। କେଏଲ ରାହୁଲ ୬୨ ବଲରେ ଏକୁଟିଆ ୧୦୩ ରନ୍‌ କରିଥିଲେ। ୧୨ଟି ଚଉକା ଓ ୪ ଛକା ମାରିଥିଲେ ରାହୁଲ। ଆଇପିଏଲ୍‌ରେ ଏହା ରାହୁଲଙ୍କ ୪ନଂ ଶତକ। ଆଇପିଏଲରେ ୫ଟି ଶତକ କରିଥିବା ପ୍ରଥମ ଭାରତୀୟ ଖେଳାଳି ହେଲେ ବିରାଟ କୋହଲି। ରାହୁଲ ୪ଟି ଶତକ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଅଷ୍ଟମ ପରାଜୟ ସହ ପ୍ଲେ ଅଫ୍‌ରୁ ବାଦ ପଡ଼ିଲା ମୁମ୍ବାଇ । ୩୬ ରନରେ ଜିତିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ନିରାଣ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକ । ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ପ୍ଲେ ଅଫରୁ ବାଦ ପଡ଼ିଛି । ପ୍ରଥମେ ବ୍ୟାଟିଂ କରି ଲୋକେଶ ରାହୁଲଙ୍କ ପଅରାଜିତ ୧୦୩ ରନ ବଳରେ ୧୬୮ ରନ କରିଥିଲା ଲକ୍ଷ୍ନୌ । ଜବାବରେ ମୁମ୍ବାଇ ୮ ଓ୍ଵିକେଟ ହରାଇ ୧୩୨ ରନ କରିଥିଲା । ରୋହିତ ଶର୍ମା ୩୯ ଓ ତିଲକ ବର୍ମା ୩୮ ରନ କରିଥିଲେ । ଲକ୍ଷ୍ନୌ ୮ଟି ମ୍ୟାଚରୁ ପଞ୍ଚମ ବିଜୟ ହାସଲ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.