Below header

ଇତିହାସ ରଚିଲେ ଧୋନୀଙ୍କ ବ୍ରହ୍ମାସ୍ତ୍ର, କଲେ ଏମିତି ରେକର୍ଡ ଯାହା ନିଜେ ମାହି ମଧ୍ୟ କରିପାରିନଥିଲେ

ଦେଶରେ ବର୍ତ୍ତମାନ ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ତଥା ୱିକେଟ କିପର୍ ଋଷଭ୍ ପନ୍ତଙ୍କ ନାଁ ଶୁଣିବାକୁ ମିଳୁଛି । ଏବେ ଧୋନୀଙ୍କ ଉତ୍ତରାଧିକାରୀ ଭାବେ ପନ୍ତଙ୍କୁ ହିଁ ଦେଖଯାଉଛି । ହେଲେ ଏବେ ପନ୍ତଙ୍କ ସାମ୍ନାରେ ଆସିଯାଇଛି ଏକ ବଡ଼ ଚ୍ୟାଲେଞ୍ଜ । ଆଉ ଏହି ଚ୍ୟାଲେଞ୍ଜ ହେଉଛନ୍ତି ଝାରଖଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍ ଏବଂ ୱିକେଟ୍ କିପର୍ ଇଶାନ୍ – କିଶାନ୍ । ନିଜ ବିସ୍ଫୋଟକ ବ୍ୟାଟିଂ ପାଇଁ ବେଶ୍ ପରିଚିତ କିଶାନ୍ ।

ishan kishanନିକଟରେ ଜମ୍ମୁ କଶ୍ମୀର ବିପକ୍ଷରେ ମାତ୍ର ୫୫ ବଲରେ ହିଁ ନିଜର ଶତକ ପୁରା କରିଥିଲେ । ଯେଉଁଥିରେ ସେ ୭ଟି ଛକା ଏବଂ ୮ଟି ଚୌକା ମାରିଥିଲେ । ତେବେ ସବୁଠାରୁ ଖାସ୍ କଥା ହେଉଛି ସେ ଛକା ମାରି ନିଜ ଶତକ ପୁରା କରିଥିଲେ । ଆଉ ଏହି ଶତକ ସହ କିଶାନ୍ ଏମିତି ଏକ ରେକର୍ଡ ନିଜ ନାଁରେ କରିଗଲେ ଯାହା ଆଜି ଯାଏଁ ଧୋନୀ ମଧ୍ୟ କରିପାରିନାହାଁନ୍ତି ।

ଟି -୨୦ ଶତକ କରିବାରେ କିଶାନ ହେଉଛନ୍ତି ପ୍ରଥମ ୱିକେଟ୍ କିପର୍ କ୍ୟାପଟେନ୍ । ଝାରଖଣ୍ଡ କ୍ରିକେଟ୍ ଟିମର ଏହି ଯୁବ କ୍ୟାପଟେନ୍ ଦିନେଶ୍ କାର୍ତ୍ତିକଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଏହା ପୂର୍ବରୁ ଯଦି କୌଣସି ୱିକେଟ୍ କିପର୍ କ୍ୟାପଟେନ୍ ଟି ୨୦ କ୍ରିକେଟରେ ସବୁଠାରୁ ବଡ଼ ପାଳିର ରେକର୍ଡ କରିଥିଲେ ସେ ହେଉଛନ୍ତି ଦିନେଶ୍ କାର୍ତ୍ତିକ । କାର୍ତ୍ତିକ୍ ୨୦୧୦ରେ ତାମିଲନାଡୁର କ୍ୟାପଟେନ୍ ଭାବରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ୯୦ରନର ପାଳି ଖେଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.