ଟୋକିଓ ଅଲିମ୍ପିକ୍ସରେ ମାଧୁରୀଙ୍କ ଗୀତରେ ଜବରଦସ୍ତ ଡ୍ଯାନ୍ସ କଲେ ଇସ୍ରାଏଲ ସନ୍ତରଣକାରୀ, ଭିଡିଓ ଭାଇରଲ

ଗତ କିଛି ବର୍ଷ ମଧ୍ୟରେ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ବଲିଉଡ ଇଣ୍ଡଷ୍ଟ୍ରୀ । ବଲିଉଡ ଗୀତର ସମସ୍ତ ଫ୍ୟାନ୍ସମାନେ ସାରା ବିଶ୍ୱରେ ରହିଛନ୍ତି। ଭାରତୀୟଙ୍କ ବ୍ୟତୀତ, ବାହାର ଦେଶର ଲୋକମାନେ ମଧ୍ୟ ହିନ୍ଦୀ ଗୀତର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଛି । ହେଲେ ଟୋକିଓ ଅଲିମ୍ପିକ୍ସ ସମୟରେ ଇସ୍ରାଏଲର ଖେଳାଳିମାନେ ବଲିଉଡ୍ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଏବେ ଟୋକିଓ ଅଲିମ୍ପିକ୍ସର ଏକ ଚମତ୍କାର ଭିଡିଓ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଇସ୍ରାଏଲ୍ ସନ୍ତରଣକାରୀମାନେ ମାଧୁରୀ ଦୀକ୍ଷିତଙ୍କ ହିଟ୍ ଗୀତ ‘ଆଜା ନଚଲେ ନଚଲେ୍ ’ରେ ଏକ ସୁନ୍ଦର ଓ ଚମତ୍କାର ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି। ଏହାକୁ ଦେଖି ଅନେକ ଭାରତୀୟ ଖୁବ୍ ପସନ୍ଦ କରିଛନ୍ତି । ଏହି ଭିଡିଓ ସେୟାର କରିବା ସମୟରେ ଅନେକ ଉପଭୋକ୍ତା ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.