Below header

ପ୍ରଥମେ ଭାଙ୍ଗିଲେ ଜନ୍ ସିନାଙ୍କ ସହିତ ବିବାହ, ଏବେ ଭାଙ୍ଗିବାକୁ ଯାଉଛନ୍ତି ସାରା ଦୁନିଆର ହୃଦୟ

ଡବ୍ଲ୍ୟୁଡବ୍ଲ୍ୟୁଇ ମହିଳା ସୁପରଷ୍ଟାର ରେସଲର ନିକ୍କି ବେଲା ଏବେ ରିଂ ଦୁନିଆରୁ ସନ୍ୟାସ ନେବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ ସେ ନିଜେ ଏହାର ଘୋଷଣା କରିଛନ୍ତି। ନିକ୍କି ବେଲା କିଛି ନୂଆ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଡବ୍ଲ୍ୟୁଡବ୍ଲ୍ୟୁଇ ରୁ ସନ୍ୟାସ ନେଉଛନ୍ତି।

johnନିକ୍କି ବେଲା ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ରେସଲର ଜନ ସିନାଙ୍କର ପ୍ରେମିକା ଅଟନ୍ତି। ଦୁହେଁ ଏହି ବର୍ଷ ନିବର୍ଦ୍ଧ ମଧ୍ୟ କରିଥିଲେ। କିନ୍ତୁ ପରେ ଏହି ଯୋଡି ନିବର୍ଦ୍ଧଙ୍କୁ ଭାଙ୍ଗି ଦେଇଥିଲେ। ସେମାନେ କହିଲେ ଯେ ଆମେ ଏହି ନିଷ୍ପତ୍ତି ନେବା ପାଇଁ ବହୁତ ଭାବିଥିଲୁ କିନ୍ତୁ ଦୁହେଁ ଦୁହିଁଙ୍କୁ ସମ୍ମାନ ଏବଂ ପ୍ରେମ କରିବାର ସପଥ ଦେଉଛୁ।

ଜନ୍ ସିନା ଏବଂ ନିକ୍କି ବେଲା ୨୦୧୨ରେ ଡେଟ କରିବା ଆରମ୍ଭ କରିଥିଲେ। ଏହି ଯୋଡିକୁ ଶେଷ ଥର ପାଇଁ ‘ରେଲ୍ସମାନିୟା’ରେ ସାର୍ବଜନିକ ରୂପରେ ଏକା ସାଥିରେ ଦେଖା ଯାଇଥିଲା।

ring୩୫ ବର୍ଷିୟା ନିକ୍କି ବେଲା ୨୦୧୭ରେ ଡବ୍ଲ୍ୟୁଡବ୍ଲ୍ୟୁଇରେ ପାଦ ଦେଇଥିଲେ। ସେ ଦୁଇ ଥର ଚାମ୍ପିୟନ ହୋଇ ସାରିଛନ୍ତି। ୨୦୧୫ ମସିହାରେ ପ୍ରୋ ରେସଲିଂ ଇଲସ୍ଟ୍ରେଟିଡରେ ତାଙ୍କୁ ନମ୍ପର ୱାନ ରେସଲର ଭାବରେ ଚୟନ କରାଯାଇଥିଲା। ନିକ୍କିଙ୍କ ଭଉଣୀ ମଧ୍ୟ ଜଣେ ରେସଲର ଅଟନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.