୧୬ ବର୍ଷୀୟା ଏହି ବାଳିକା ୧୦ ଓ୍ଵିକେଟ୍‌ ନେଇ ସୃଷ୍ଟି କଲେ ରେକର୍ଡ, ICC ପ୍ରଶଂସା କରି ସେୟାର କଲା ଭିଡିଓ

ଚଣ୍ଡୀଗଡ଼ର ୧୬ ବର୍ଷୀୟ କ୍ରିକେଟର କାଶବୀ ଗୌତମ ଅଣ୍ଡର ୧୯ ଦିନିକିଆ ଟ୍ରଫି ମ୍ୟାଚ୍‌ରେ ଖୁବ୍‌ ସୁନ୍ଦର ପ୍ରଦର୍ଶନ କରି ଏକକାଳୀନ ଅନେକଗୁଡ଼ିଏ ରେକର୍ଡ ନିଜ ନାଁରେ କରିଛନ୍ତି। କାଶବୀ ମଙ୍ଗଳବାର ଆନ୍ଧ୍ରପ୍ରଦେଶର କଡପ୍ପାରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ଖେଳି ୧୦ଟି ଓ୍ଵିକେଟ୍‌ ନେଇ ରେକର୍ଡ ସୃଷ୍ଟି କରିଛନ୍ତି।

kashvi2

କାଶବୀଙ୍କର ଏହି ଉଚ୍ଚକୋଟୀର ପ୍ରଦର୍ଶନ ଯୋଗୁ ଚଣ୍ଡୀଗଡ଼ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୯୧ ରନ୍‌ର ବଡ଼ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ କାଶବୀ ୧୨ ରନ୍‌ କରିଥିବା ବେଳେ ସମସ୍ତ ୧୦ଟି ଓ୍ଵିକେଟ୍‌ ନେଇଥିଲେ। ଏଥିସହ ସେ ହ୍ୟାଟ୍ରିକ୍‌ କରିଛନ୍ତି।

କାଶବୀଙ୍କର ଏହି ଉପଲବ୍ଧିକୁ ଆଇସିସି ବି ଉଚ୍ଚ ପ୍ରଶଂସା କରିବା ସହ ଟ୍ଵିଟ୍‌ରେ ତାଙ୍କ ଭିଡିଓ ପୋଷ୍ଟ କରିଛି। ଆଇସିସି ନିଜ ଟ୍ଵିଟ୍‌ରେ କହିଛି ଯେ ‘ଅଣ୍ଡର ୧୯ ଦିନିକିଆ ଟ୍ରଫିରେ ଚଣ୍ଡୀଗଡ଼ର କାଶବୀ ଗୌତମ, ୧୬, ଖୁବ୍‌ ସୁନ୍ଦର ଇନ୍‌ସୁଇଂ ବୋଲିଂ କରି ୧୨ ରନ୍‌ ଦେଇ ୧୯ ଓ୍ଵିକେଟ୍‌ ନେଇ ଅରୁଣାଚଳ ପ୍ରଦେଶକୁ ୨୫ରେ ଶେଷ କରିଥିଲେ। କି ପ୍ରତିଭା! ଆମେ ତାଙ୍କୁ ଟିମ୍‌ ଇଣ୍ଡିଆରେ କେବେ ଯାଏଁ ଦେଖିବୁ?’

kashvee_gautam

ସୂଚନାଯୋଗ୍ୟ ଯେ ପୂର୍ବରୁ ୧୯୯୯ ମସିହାରେ ପାକିସ୍ତାନ ବିପକ୍ଷରେ ଭାରତର ମ୍ୟାଚ୍‌ରେ ଅନୀଲ କୁମ୍ବଲେ ଏକୁଟିଆ ୧୦ଟି ଓ୍ଵିକେଟ୍‌ ନେବାରେ ସଫଳ ହୋଇଥିଲେ। ଇଂଲଣ୍ଡର ଜିମ୍‌ ଲେକରଙ୍କ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏଭଳି ରେକର୍ଡ କରିବାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.