IPL 2021: ଦିଲ୍ଲୀ କ୍ୟାପିଟାଲ୍ସକୁ ଧୂଳି ଚଟେଇଲା କେକେଆର

ଆଜିର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ୩ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଏହି ବିଜୟ ସହ କେକେଆର୍ ଚଳିତ ଆଇପିଏଲରେ ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୭ ରନ୍ ସଂଗ୍ରହ କରିଥିଲା । ଜବାବରେ କେକେଆର୍ ଟିମ ୧୮.୨ ଓଭର୍ ଖେଳି ୭ ୱିକେଟ ହରାଇ ୧୩୦ ରନ୍ କରି ବିଜୟୀ ହୋଇଛନ୍ତି । ଯେବେକି ନରିନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଦିଲ୍ଲୀ ଦ୍ୱାରା କରାଯାଇଥିବା ୧୨୮ ରନ ଲକ୍ଷ୍ୟର ପିଛା କରୁଥିବା କେକେଆର୍ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଶୁବମନ୍ ଗିଲ୍ (୩୦) ଓ ଭେଙ୍କଟେଶ ଆୟର (୧୪)ଙ୍କ ଓପନିଂ ଯୋଡ଼ି ପ୍ରଥମ ୱିକେଟ୍ ପାଇଁ ୨୮ ରନ୍ ସଂଗ୍ରହ କରିଥିଲେ । ରାହୁଲ ତ୍ରିପାଠୀ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ । କ୍ୟାପଟେନ୍ ଇଅନ ମୋର୍ଗାନ୍ ଜିରୋ ରନରେ ଆଉଟ ହୋଇଥିଲେ । ଅଭିଜ୍ଞ ଦିନେଶ କାର୍ତ୍ତିକ ୧୨ ରନ୍ କରି ପ୍ୟାଭିଲିୟନ୍କୁ ଫେରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.