କେକେଆରର ଷ୍ଟାର ପ୍ଲେୟାରଙ୍କ ଘରକୁ ଆସିଲା ଖୁସି ଖବର, ବାପା ହେଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଟିମ୍‌ ଏବେ ଇଂଲଣ୍ଡରେ ଗସ୍ତରେ ରହିଛି। ଏହା ମଧ୍ୟରେ କୋଲକତାର ଷ୍ଟାର ଖେଳାଳି ସେଲଡନ ଜ୍ୟାକସନଙ୍କ ଘରକୁ ଖୁସି ଖବର ଆସିଛି। ସେଲଡନଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ ନିଜେ ସୋସିଆଲ ମିଡିଆରେ ଖବର ଦେଇଛନ୍ତି। ସେଲଡନ ନିଜ ଟ୍ଵିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରି ଜଣାଇଛନ୍ତି।

ସେଲଡନଙ୍କ ଟ୍ଵିଟ୍‌ କରି ଏକ ଫଟୋ ସେୟାର କରି ଲେଖିଛନ୍ତି ‘ବ୍ଲେସଡ ଓ୍ଵିଥ ବଏ’ । ଆଉ ଜ୍ୟାକସନଙ୍କ ଏହି ଟ୍ଵିଟରେ ସାଥି ଖେଳାଳି ଶୁଭେଚ୍ଛା ଜଣାଉଛନ୍ତି। କେକେଆରର ସମସ୍ତ ଖେଳି ଶୁଭେଚ୍ଛା ଜଣାଇବା ସହିତ କ୍ଲବକୁ ସ୍ୱାଗତ ଜଣାଇଛନ୍ତି।

ସେଲଡନ ଜ୍ୟାକସନ ୨୦୧୧ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ କେବଳ ୭୯ ମ୍ୟାଚରେ ୧୯ ଶତକ କରିଛନ୍ତି। ଏହାଛଡା ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। ରଣଜୀରେ କେବଳ ତିନିଟି ମ୍ୟାଚ୍‌ରେ ୭୮.୨୫ ପ୍ରତିଶତରେ ୩୧୩ ରନ୍‌ କରିଛନ୍ତି।

ସେଲଡନ ଆଇପିଏଲ୍‌ରେ କୋଲକତା ତରଫରୁ ଖେଳୁଛନ୍ତି। ୨୦୨୨ ଆଇପିଏଲରେ ଭଲ ଓ୍ଵିକେଟକିପିଂ କରିଥିଲେ ସେଲଡନ ଜ୍ୟାକସନ। କିନ୍ତୁ ଭଲ ବ୍ୟାଟିଂ କରିନଥିଲେ। ଆଇପିଏଲରେ ୫ଟି ମ୍ୟାଚରେ ୫.୭୫ ପ୍ରତିଶତରେ ମାତ୍ର ୨୩ ରନ କରିଛନ୍ତି। ଏହା ପରେ ଶ୍ରେୟସ ଆୟର ତାଙ୍କୁ ଟିମ୍‌ରୁ ବାଦ୍‌ ଦେଇଥିଲେ। କିନ୍ତୁ ଥରେ ମାତ୍ର ଟିମ୍‌ ଇଣ୍ଡିଆରେ ଖେଳିବାର ସୁଯୋଗ ପାଇନାହାନ୍ତି ଏହି କ୍ରିକେଟର।

ଭାରତ ଓ ଇଂଲଣ୍ଡ ମଧ୍ୟରେ କେନିଙ୍ଗଟନ୍‌ ଓଭାଲ ଠାରେ ଖେଳାଯାଇଥିଲା ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ । ଏଥିରେ ପୂରା ହିରୋ ବନି ଯାଇଛନ୍ତି ପେସ୍‌ ବୋଲର ଯଶପ୍ରୀତ ବୁମରା । ମାତ୍ର ୧୯ ରନ୍‌ ଦେଇ ୬ ଓ୍ଵିକେଟ୍‌ ଦଖଲ କରିଥିଲେ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ମାତ୍ର ୨୫.୨ ଓଭରରେ ୧୧୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା । ଏହାପରେ ଭାରତୀୟ ଦଳ କୌଣସି ଓ୍ଵିକେଟ୍‌ ନହରାଇ ୧୧୧ ରନ୍‌ର ଲକ୍ଷ୍ୟ ପାର କରି ଯାଇଥିଲା । ଓପ୍ନର ଶିଖର ଧବନ ଏବଂ ଅଧିନାୟକ ରୋହିତ ଶର୍ମା ଅପରାଜିତ ରହି ଦଳକୁ ୧୦ ଓ୍ଵିକେଟ୍‌ରେ ଜିତାଇ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.