ପୁଣି କୁଲଦୀପଙ୍କ କମାଲ, ୪ ୱିକେଟରେ କୋଲକାତାକୁ ହରାଇଲା ଦିଲ୍ଲୀ

ପୁଣି ଚମକିଲେ କୁଲଦୀପ ଯାଦବ । ଦିଲ୍ଲୀ କ୍ୟାପିଟାଲସ୍‌ ୪ ଓ୍ଵିକେଟରେ ବିଜୟୀ । କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଯାଦୁକରୀ ସ୍ପିନ ବୋଲିଂ କରି କୁଲଦୀପ ଯାଦବ ଦିଲ୍ଲୀ କ୍ୟାପିଟାଲସକୁ ବିଜୟୀ କରାଇଛନ୍ତି । ଦିଲ୍ଲୀ ୪ ଓ୍ଵକେଟରେ ନାଇଟ ରାଇଡର୍ସକୁ ପରାସ୍ତ କରିଥିଲା । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନାଇଟ ରାଇଡର୍ସ ୯ ଓ୍ଵିକେଟରେ ୧୪୬ ରନ ସଂଗ୍ରହ କରିଥିଲା ।

ଜବାବରେ କ୍ୟାପିଟାଲସ୍‌ ୧୯ ଓଭରରେ ୬ ଓ୍ଵିକେଟ ହରାଇ ଆବଶ୍ୟକ ରନ କରିନେଇଥିଲା । କୁଲଦୀପ ମାତ୍ର ୧୪ ରନରେ ୪ଟି ଓ୍ଵକେଟ ନେଇଥିଲେ । ପଏଣ୍ଟ ଟେବୁଲର ଶର୍ଷରେ ଗୁଜରାଟ ରହିଛି । ଦିଲ୍ଲୀ କ୍ୟାପିଟାଲସ ୮ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇଛି ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା କୋଲକାତା ଦ୍ୱିତୀୟ ଓଭର୍‌ରେ ଆରୋନ ଫିଞ୍ଚ(୩)ଙ୍କୁ ହରାଇଥିଲା। ତାଙ୍କୁ ଦିଲ୍ଲୀ ପାଇଁ ଡେବ୍ୟୁ କରୁଥିବା ଚେତନ ସକାରିୟାର କ୍ଲିନବୋଲ୍ଟ କରି ଦେଇଥିଲେ। ଏହାପରେ ଭେଙ୍କଟେଶ ଆୟର(୬)ଙ୍କୁ ଅକ୍ଷର ପଟେଲ ପ୍ୟାଭିଲିୟନ ପଠାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା କୁଲଦୀପ ଯାଦବଙ୍କ ଜଲୱା। ସେ ୭ମ ଓଭର୍‌ର ଦ୍ୱିତୀୟ ବଲରେ ବାବା ଇନ୍ଦ୍ରଜିତ(୬) ଓ ତୃତୀୟ ବଲରେ ସୁନୀଲ ନାରିନ(୦)ଙ୍କୁ ଆଉଟ କରି କୋଲକାତାକୁ ଯୁଗଳ ଝଟକା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.