ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଉଦ୍‌ଯାପନୀ ଦିବସ, ଆଜି ୨୦୦ ମିଟର ରେସ୍‌ରେ ଟ୍ରାକ୍‌କୁ ଓହ୍ଲାଇବେ ଗୋଲଡେନ୍‌ ଗର୍ଲ ଦୂତୀ ଚାନ୍ଦ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଆଜି ଉଦ୍‌ଯାପନୀ ଦିବସ । ଆଜି ୨୦୦ ମିଟର ରେସ୍‌ରେ ଟ୍ରାକ୍‌କୁ ଓହ୍ଲାଇବେ ଓଡ଼ିଶାର ଗୋଲଡେନ୍‌ ଗର୍ଲ ଦୂତୀ ଚାନ୍ଦ । ଦିନ ୨ଟାରେ ଦୂତୀ ଚାନ୍ଦଙ୍କ ମୁକାବିଲା ରହିଛି । ଗତକାଲି ୧୦୦ ମିଟର ରେସ୍‌ରେ ସ୍ୱର୍ଣ୍ଣ ଜିତିଥିଲେ ଦୂତୀ । ସେହିପରି ଆଜି ରେସଲିଂ ଓ ଫୁଟବଲରେ ଫାଇନାଲ ମୁକାବିଲା ହେବ । ଏହା ସହ ବିଭିନ୍ନ ବିଭାଗରେ ଫାଇନାଲ ଖେଳାଯିବ । ଗତ ୨୦ ତାରିଖରୁ ଖୋଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଆରମ୍ଭ ହୋଇଥିଲା । କିଟ୍‌ ବିଶ୍ୱବିଦ୍ୟାଳୟରେ ଅଧିକାଂଶ ମୁକାବିଲା ହୋଇଛି । ବିଶ୍ୱବିଦ୍ୟାଳୟ ସ୍ତରୀୟ ଏହି ପ୍ରତିଯୋଗିତାକୁ ଆନ୍ତର୍ଜାତିକ କ୍ରୀଡା ଭଳି ଆୟୋଜନ କରି ଏବେ ସବୁ ମହଲରେ ପ୍ରଶଂସା ସାଉଁଟିଛି ଆୟୋଜକ କିଟ୍‌ ବିଶ୍ୱବିଦ୍ୟାଳୟ ।

Leave A Reply

Your email address will not be published.