ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌କୁ ଆସିଲେ ବ୍ରାଏନ ଲାରା, ଶିଖର ଧଓ୍ଵନଙ୍କୁ କଲେ ଆଲିଙ୍ଗନ

ଟିମ୍‌ ଇଣ୍ଡିଆ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍‌ ୩ ରନରେ ହରାଇବା ପରେ ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନିକିଆ ଖେଳିବାକୁ ଯାଉଛି। ପ୍ରଥମ ଦିନିକିଆ ମ୍ୟାଚରେ ବ୍ୟାଟିଂ ଓ ବୋଲିଂ ରେ କମାଲ୍‌ କରିଥିଲା ଟିମ୍‌ ଇଣ୍ଡିଆ। ଏହା ପରେ ଟିମ୍‌ ଇଣ୍ଡିଆ ଡ୍ରେସିଂ ରୁମ୍‌କୁ ଆସିଥିଲେ ବ୍ରାଏନ ଲାରା। ଆଉ ଏଠାରେ ଏମିତି କଥା କହିଥିଲେ, ଯାହା ସମସ୍ତଙ୍କ ହୃଦୟଙ୍କୁ ବେଶ୍‌ ଛୁଇଁଥିଲା।

ଟିମ୍‌ ଇଣ୍ଡିଆ ଡ୍ରେସିଂ ରୁମକୁ କୋଚ୍‌ ରାହୁଲ ଡ୍ରାଭିଡଙ୍କ ଅନୁରୋଧ କ୍ରମେ ଆସିଥିଲେ ବ୍ରାଏନ ଲାରା। ଲାରା ଅଧିକାଂଶ ଟିମ୍‌ ଇଣ୍ଡିଆର ଅଧିନାୟକ ଶିଖର ଧଓ୍ଵନ ଏବଂ ୟୁଜବେନ୍ଦ୍ର ଚହଲଙ୍କ ସହିତ ବିତାଇଥିଲେ। ଲାରା ଶ୍ରେୟସ ଆୟରଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଲାରା ଖେଳାଳିଙ୍କ ସହିତ ୧୫ ମିନିଟରୁ ଊର୍ଦ୍ଧ୍ୱ ସମୟ କଥା ହୋଇଥିଲେ। ଲାରା ଶିଖର ଧଓ୍ଵନଙ୍କୁ ଆଲିଙ୍ଗନ କରିଥିଲେ। ଚହଲଙ୍କ ସହିତ ହାତ ମିଶାଇ ଦେଇଥିଲେ।

ପ୍ରଥମେ ବ୍ୟାଟିଂ କରି ଭାରତ ଅଧିନାୟକ ଶିଖର ଧାୱନ, ଶୁଭମନ ଗିଲ ଓ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍‌ ହରାଇ ୩୦୮ ରନ୍‌ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ ୬ ୱିକେଟ୍‌ ହରାଇ ୩୦୫ ରନ୍‌ କରିଥିଲା । ଏହି ବିଜୟ ସହ ଭାରତ ୧-୦ରେ ସିରିଜ ଆଗୁଆ ରହିଛି ।

ଶେଷ ଓଭର୍‌ରେ ଇଣ୍ଡିଜ୍‌ ଟିମ୍‌କୁ ଜିତିବା ପାଇଁ ୧୫ ରନ ଦରକାର ଥିବା ବେଳ ମହମ୍ମଦ ସିରାଜ କେବଳ ୧୧ ରନ ଦେଇଥିଲେ। ୯୯ ବଲରେ ୯୭ ରନ ରନ ଇନିଂସ ଖେଳିଥିବା ଶିଖର ଧୱନ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.