ଲକଡାଉନ ଯୋଗୁଁ ଟ୍ରାକ୍ଟର କିଣି ଅର୍ଗାନିକ ଚାଷ କଲେ ଧୋନୀ, ଭିଡିଓ ହେଉଛି ଭାଇରଲ

କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ସମୟରେ ସାଧାରଣ ଲୋକଙ୍କଠାରୁ ବଲିଉଡ୍ କଳାକାର ହୁଅନ୍ତୁ ଅବା କ୍ରିକେଟର ସମସ୍ତେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ସବୁକିଛି ବନ୍ଦ ପଡିଥିବା ଯୋଗୁଁ କ୍ରିକେଟ ଜଗତ ମଧ୍ୟ ଠପ୍‌ ହୋଇଯାଇଛି। ଆଇପିଏଲ୍‌ ୨୦୨୦ ଅନିଶ୍ଚିତତା କାଳ ପାଇଁ ସ୍ଥଗିତ ହୋଇଛି। ଚଳିତ ବର୍ଷ ହେବାକୁ ଥିବା ଆଇସିସି ଟି-୨୦ ଓ୍ଵାଲର୍ଡକପ୍‌ ହେବାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଲାଗି ରହିଛି।

ସମସ୍ତେ ନିଜ ପରିବାର ସହିତ ସମୟ ଅତିବାହିତ କରୁଥିବାରୁ ଏଥିରୁ ବାଦ୍ ପଡ଼ି ନାହାନ୍ତି କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ସେ ଏହି ସମୟ ନିଜ ପରିବାର ସହ କାଟୁଛନ୍ତି। ତେବେ ଧୋନୀ ସୋସିଆଲ ମିଡିଆରେ ସେତେଟା ଆକ୍ଟିଭ ରହୁ ନ ଥିବା ବେଳେ ସ୍ତ୍ରୀ ସାକ୍ଷୀ କିନ୍ତୁ ତାଙ୍କର ଫଟୋ ଓ ଭିଡିଓ ଅନେକ ସମୟରେ ଶେୟାର କରିଥାନ୍ତି। ଆଇପିଏଲ୍ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗ୍ ମଧ୍ୟ ଧୋନୀଙ୍କ ଫଟୋ ଓ ଭିଡିଓ ସୋୟାର କରିଥାଏ। ଏବେ ଚେନ୍ନାଇ ସୁପରକିଙ୍ଗ୍ ଧୋନୀଙ୍କର ଏକ ଭିଡିଓ ଶେୟାର କରିଛି। ଭିଡିଓରେ ଧୋନୀ ଏକ ଟ୍ରାକ୍ଟର କିଣି ଚଲାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

Exclusive Video Of Mahi Bhaiya Enjoying Doing Organic Farming !! ❤

A post shared by MS Dhoni Fans Club (@dhoni.bhakt) on

ନିଜ ଫାର୍ମ ହାଉସରେ ଚାଷ କରିବା ପାଇଁ ଧୋନୀ ଏକ ଟ୍ରାକ୍ଟର କିଣି ଅର୍ଗାନିକ ଫାର୍ମିଂ କରୁଛନ୍ତି। ଧୋନୀଙ୍କର ଏହି ନୂଆ ଭିଡିଓ ରାଞ୍ଚି ସ୍ଥିତ ଫାର୍ମ ହାଉସର ରହିଛି। ଧୋନୀ ଏହି ନୂଆ ଟ୍ରାକ୍ଟର ଜରିଆରେ ଚାଷ କରୁଛନ୍ତି। ଟ୍ରାକ୍ଟରକୁ ଧୋନି ନିଜେ ଚଲାଇ ଏହାର ମଜା ମଧ୍ୟ ନେଉଛନ୍ତି। ଯାହାକୁ ଦେଖି ଧୋନୀଙ୍କ ପ୍ରଶଂସକ ମଧ୍ୟ ବେଶ୍‌ ଖୁସି ରହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.