Below header

ମିଚେଲ ମାର୍ଶଙ୍କ ନାମରେ ଥାନାରେ ଅଭିଯୋଗ, ବିଶ୍ୱକପ ଟ୍ରଫି ଉପରେ ପାଦ ରଖି ଉଠାଇଥିଲେ ଫଟୋ

ଆଲିଗଡରେ ଆରଟିଆଇ କାର୍ଯ୍ୟକର୍ତ୍ତା ପଣ୍ଡିତ କେଶବ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ବିଶ୍ୱକପ୍ ଟ୍ରଫିକୁ ପାଦ ତଳେ ରଖି ସେ ଭାରତୀୟଙ୍କୁ ଅସମ୍ମାନ କରିଥିବା ନେଇ ଦିଲ୍ଲୀ ଗେଟ୍ ପୋଲିସ ଷ୍ଟେସନରେ ମାର୍ଶଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଛି ।

ଅଷ୍ଟ୍ରେଲିଆ କ୍ରିକେଟ ଟିମର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ହାତରେ ବିୟର ଏବଂ ପାଦ ତଳେ ଟ୍ରଫି ରଖି ଫଟୋ ଉଠାଇଥିଲେ । ଏହାପରେ ତାଙ୍କ ନାଁରେ ଥାନାରେ ଏତଲା ରୁଜୁ ହୋଇଛି । ବିଶ୍ୱକପ୍ ଟ୍ରଫିକୁ ପାଦ ତଳେ ରଖି ସେ ଭାରତୀୟଙ୍କୁ ଅସମ୍ମାନ କରିଥିବା ନେଇ ଦିଲ୍ଲୀ ଗେଟ୍ ପୋଲିସ ଷ୍ଟେସନରେ ମାର୍ଶଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଛି । ଏ ନେଇ ଆଲିଗଡରେ ଆରଟିଆଇ କାର୍ଯ୍ୟକର୍ତ୍ତା ପଣ୍ଡିତ କେଶବ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ଖବର ଅନୁଯାୟୀ, ମିଚେଲ ମାର୍ଶ ଟ୍ରଫି ଉପରେ ପାଦ ଥୋଇ ସମସ୍ତଙ୍କୁ ଅପମାନିତ କରିଛନ୍ତି । ଏହା ଭାରତର ୧୪୦ କୋଟି ଲୋକଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇଛି । ଏହା ସହିତ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଭାରତ ସହ ମିଚେଲଙ୍କ ମ୍ୟାଚ୍ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଯାଉ ବୋଲି ସେ କହିଛନ୍ତି । ଏହି ଅଭିଯୋଗର କପି ପଣ୍ଡିତ କେଶବ ପ୍ରଧାନମନ୍ତ୍ରୀ ଏବଂ ଖେଳମନ୍ତ୍ରୀଙ୍କୁ ଦେଇଛନ୍ତି । ଏହି ସମୟରେ ଭାବେଶ ଶର୍ମା, ଓମପ୍ରକାଶ ଶର୍ମା, ଶିବ କୁମାର, ରାମ କିଶନ, ରବି ସକସେନା ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ, ଦିନିକିଆ ବିଶ୍ୱକପ ୨୦୨୩ରେ ଅହମଦାବାଦରେ ଭାରତକୁ ପରାସ୍ତ କରି ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ ଟିମ୍‌ । ବିଶ୍ୱକପ ଟ୍ରଫି ଜିତିବା ପରେ ଡ୍ରେସିଂ ରୁମରେ ମିଚେଲ ମାର୍ଶ ଏକ ସୋଫାରେ ବସି ଚଟଣାରେ ବିଶ୍ୱକପକୁ ରଖି ତା’ ଉପରେ ଗୋଡ ରଖିଥିଲେ । ଆଉ ହାତରେ ବିୟର ଧରିଥିଲେ । ଯାହାର ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ । ଏହି ଫଟୋ ଭାଇରଲ ହେବା ପରେ ଲୋକେ ଖୁବ ନିନ୍ଦା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.