Below header

ମୟଙ୍କ ଅଗ୍ରଓ୍ଵାଲଙ୍କ ଲଗାତର ଦ୍ୱିତୀୟ ଶତକ, ପ୍ରଥମ ଦିନ ଖେଳ ଶେଷରେ ଭାରତର ସ୍କୋର ୨୭୩/୩

ପୁନେ : ପ୍ରଥମ ଟେଷ୍ଟର ଉଭୟ ଇନିଂସ୍‌ରେ ଶତକ କରିଥିବା ରୋହିତ ଶର୍ମା ଫ୍ଲପ୍‌ ହେଲେ । ହେଲେ ତାଙ୍କର କମାଲ ଜାରି ରଖିଛନ୍ତି ଅନ୍ୟତମ ଯୁବ ଓପ୍ନର ମୟଙ୍କ ଅଗ୍ରଓ୍ଵାଲ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଆଜି ଆରମ୍ଭ ହୋଇଥିବା ଦ୍ୱିତୀୟ କ୍ରିକେଟ୍‌ ଟେଷ୍ଟରେ ମୟଙ୍କ ଶତକ ହାସଲ କରିଛନ୍ତି । ତାଙ୍କ ଶତକ ସମେତ ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଆଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍‌ ହରାଇ କରିଛି ୨୭୩ ରନ୍‌ । କୋହଲି ୧୦ଟି ଚୌକା ମାରି ୬୩ ରନ୍‌ରେ ଅପରାଜିତ ଅଛନ୍ତି ।

KOHLI AND RAHANEଆଜି ସକାଳେ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଦଳୀୟ ସ୍କୋର ୨୫ ରନ୍‌ ହୋଇଥିବା ବେଳେ ରୋହିତ ଶର୍ମା ମାତ୍ର ୧୪ ରନ୍‌ କରି ରାବଡ଼ାଙ୍କ ଶିକାର ହୋଇଥିଲେ । ଏହାପରେ ମୟଙ୍କ ଓ ପୂଜାରା ଦ୍ୱିତୀୟ ଓ୍ଵିକେଟ୍‌ରେ ୧୩୮ ରନ୍‌ ଯୋଗ କରିଥିଲେ । ପୂଜାରା ୧୧୨ ବଲ୍‌ରେ ୫୮ (୯ ଚୌକା ଓ ୧ ଛକା) ଏବଂ ମୟଙ୍କ ୧୯୫ ବଲ୍‌ ଖେଳି ୧୬ଟି ଚୌକା ଓ ୨ଟି ଛକା ମାରି ୧୦୮ ରନ୍‌ କରିବା ପରେ ଆଉଟ୍‌ ହୋଇଥିଲେ । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ମୟଙ୍କ ଅଗ୍ରଓ୍ଵାଲ ଦ୍ୱିଶତକ ହାସଲ କରିଥିଲେ ।


ଏହାପରେ ଅସମାପ୍ତ ଚତୁର୍ଥ ଓ୍ଵିକେଟ୍‌ରେ କୋହଲି ଏବଂ ରାହାଣେ ଅପରାଜିତ ରହି ୭୫ ରନ୍‌ ସଂଗ୍ରହ କରିଛନ୍ତି । କୋହଲି ୧୦୫ ବଲ୍‌ ଖେଳି ୧୦ଟି ଚୌକା ସହିତ ୬୩ ଏବଂ ରାହାଣେ ୭୦ଟି ବଲ୍‌ ଖେଳି ୧୮ ରନ୍‌ କରିଛନ୍ତି ।
ଭାରତର ପଡ଼ିଥିବା ୩ଟି ଯାକ ଓ୍ଵିକେଟ୍‌ ଦକ୍ଷିଣ ଆଫ୍ରିକାର ପେସ୍‌ ବୋଲର୍‌ ରାବଡ଼ାଙ୍କୁ ମିଳିଛି । ସେ ୧୮.୧ ଓଭରରେ ୪୮ ରନ୍‌ ଦେଇ ଏହି ତିନିଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.