ମେସ୍କିକୋର ମରିଟା ଦ୍ୱୀପରେ ରହିଛି ‘ହିଡନ ବିଚ୍‌’, ଯେଉଁଠି ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ହୋଇଥିଲା ବୋମା ପରୀକ୍ଷଣ

ଏ ହେଉଛି ମେସ୍କିକୋର ମରିଟା ଦ୍ୱୀପରେ ଥିବା ଡିହନ ବିଚ୍ ବା ଗୁପ୍ତ ସମୁଦ୍ର ତଟ। ଏହାକୁ ପ୍ଲାୟା ଡେ ମୋର୍ ଅର୍ଥାତ୍ ପ୍ରେମୀଙ୍କ ବିଚ୍ ବୋଲି କୁହାଯାଇଥାଏ। ଏହି ବିଚ୍ ଗ୍ରାଉଣ୍ଡ ମଝିରେ ଏକ ବଡ଼ ଗର୍ତ୍ତ ଥିଲା ଭଳି ମନେହୁଏ। ଏଠାକୁ କେବଳ ଡଙ୍ଗା କିମ୍ବା ପହଁରିକି ଯାଇହେବ। ଏହି ସ୍ଥାନରେ ସୁଶୀତଳ ଛାଇ, ଥଣ୍ଡା ପବନ ଏବଂ କାଚକେନ୍ଦୁ ପାଣି ରହିଥିବାରୁ ପଯ୍ୟର୍ଟକ ଯିବାକୁ ବହୁତ ପସନ୍ଦ କରିଥାଆନ୍ତି।

beach1

ମରିଟା ଦ୍ୱୀପରେ କେହି ବି ରହୁନାହାନ୍ତି। ଏହି ଦ୍ୱୀପ ସବୁବେଳେ ନିର୍ଜନ ରହିଥାଏ। ଏହା ପ୍ରାକୃତିକ ନୁହେଁ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏଠାରେ ବୋମା ପରୀକ୍ଷଣ ହେଉଥିଲା। ସେହି କାରଣରୁ ଏହା ଏଭଳି ବନାଯାଇଛି। ବିରୋଧ ପରେ ପରୀକ୍ଷଣକୁ ବନ୍ଦ କରି ଏହାକୁ ସଂରକ୍ଷିତ କ୍ଷେତ୍ର କରିଦିଆଯାଇଛି।

beach3

ଏହାସହ ପଢ଼ନ୍ତୁ: କ’ଣ ହୋଇଛି ଏହି ଯୁବତୀଙ୍କୁ, କାନ୍ଦିବା ମାତ୍ରେ ଆରମ୍ଭ ହେଉଛି କଷ୍ଟ, ଡାକ୍ତର ବି ଆଶ୍ଚର୍ଯ୍ୟ!

ପଯ୍ୟର୍ଟକଙ୍କୁ ଏହି ଜାଗା ବେଶ୍ ଆକର୍ଷିତ କରିଥାଏ। ଏଠାରେ ଚମକୁଥିବା ଧଳା ପଥର, ନୀଳ ପାଣି ଖୁବ୍ ସୁନ୍ଦର ଲାଗିଥାଏ। ଦ୍ୱୀପ ଆଖପାଖରେ ମାଛ ଧରିବା ଏବଂ ଶିକାର କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ବାହାରୁ ହିଡନ୍ ବିଚ୍ ଅଦୃଶ୍ୟ ଦେଖାଯାଏ। କେବଳ ପାଣିର ସୁଡ଼ଙ୍ଗ ମାଧ୍ୟମରେ ଆପଣ ଯାଇପାରିବେ। ଏହି ସମୁଦ୍ର ତଟ ପ୍ରଶାନ୍ତ ମହାସାଗରକୁ ଯୋଡ଼ି ରହିଛି। ଜଳସ୍ତରଠାରୁ ଏହି ଜାଗା ପାଖାପାଖି ୬ ଫୁଟ ଉପରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.