Below header

ଚେନ୍ନାଇ ସୁପର କିଙ୍ଗସ ଟିମ ମେମ୍ବରଙ୍କ କରୋନା ରିପୋର୍ଟ ପଜିଟିଭ, ଏକ ସପ୍ତାହ ବଢ଼ିଲା କ୍ଵାରେଣ୍ଟିଂନ ଅବଧି

ଚେନ୍ନାଇ ସୁପର କିଙ୍ଗସ ଟିମର କିଛି ଖେଳାଳିଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି । ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଦଳ ଗତ ସପ୍ତାହରେ ୟୁଏଇରେ ପହଁଚିଥିବା ବେଳେ ଶୁକ୍ରବାର ଠାରୁ ଅଭ୍ୟାସ ମ୍ୟାଚ ଆରମ୍ଭ କରିବା ନେଇ ସ୍ଥିର ହୋଇଥିଲା । ଏକ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରଚାରିତ ହୋଇଥିବା ବେଳେ ଦଳର କୌଣସି ଖେଳାଳୀ, ଷ୍ଟାଫ, ବା ଅନ୍ୟ କୌଣସି ଅଧିକାରୀ ଅଫିସିଆଲ ଭାବେ ଏହି ସୂଚନା ଏଯାବତ ଜାରି କରିନାହାନ୍ତି । ୟୁଏଇରେ ପହଂଚିବା ପରେ ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି । ବିଶେଷ ସୂତ୍ର ରିପୋର୍ଟ ପଜିଟିଭ ଆସିଥିବା ଖେଳାଳିଙ୍କ ମଧ୍ୟରେ ଭାରତୀୟ ଦଳର ଦୀପକ ଚହର ସାମିଲ ଅଛନ୍ତି ।

ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଦଳର ସଙ୍ଗରୋଧ ସମୟସୀମାକୁ ଏକ ସପ୍ତାହ ବଢ଼ାଇ ଦିଆଯାଇଛି । ଗତ ୨୧ ତାରିଖରେ ଧୋନିଙ୍କ ଅଧିନାୟିକତ୍ବରେ ଏହି ଦଳ ଦୁବାଇରେ ପହଞ୍ଚିଥିଲେ । ସେଠାରେ ପହଂଚି ନିୟମ ଅନୁଯାୟୀ ୬ ଦିନ ପାଇଁ କ୍ଵାରେଣ୍ଟୀନରେ ମଧ୍ୟ ରହିସାରିଛନ୍ତି । ଚେନ୍ନାଇ ଦଳଙ୍କ ଚତୁର୍ଥ ଟେଷ୍ଟ କରାଯାଇଛି । କରୋନା କାରଣରୁ ଚଳିତ ବର୍ଷର ଆଇପିଏଲକୁ ପୂର୍ବ ନିର୍ଦ୍ଧାରିତ ସମୟରେ ନକରାଯାଇ ସେପ୍ଟେମ୍ବର ୧୯ ତାରିଖରେ କରାଯିବା ନେଇ ସ୍ଥିର ହୋଇଥିଲା । ଅଭ୍ୟାସ ମ୍ୟାଚ ଆରମ୍ଭ କରିବା ପୂର୍ବରୁ ଅତି କମରେ ତିନି ଥର ଟେଷ୍ଟ କରାଇବା ନେଇ ବିସିସିଆଇ ତରଫରୁ କଡା ନିର୍ଦ୍ଦେଶ ଜାରି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.