Below header

ଭୁବନେଶ୍ୱର ଉପକଣ୍ଠରୁ ବିରାଟକାୟ ଅଜଗର ଉଦ୍ଧାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀ ଉପକଣ୍ଠ ମଦନପୁର ଗାଁରୁ ବିରାଟକାୟ ଅଜଗର ଉଦ୍ଧାର । ଗତ କିଛି ଦିନ ହେବ ସାପଟି ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ତେବେ ହେଲ୍ପ ଇଣ୍ଡିଆ ଆନିମଲ ରେସକ୍ୟୁର ମୁଖ୍ୟ ପ୍ରସନ୍ନ କୁମାର ଦାସ ଖବର ପାଇ ମଦନପୁର ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ।

PYTHON-4

ଏହି ଅଜଗରଟି ସଞ୍ଜିତ ରଣସିଂହଙ୍କ ଘର ସାମନାରୁ ଉଦ୍ଧାର ହୋଇଥିଲା । ଯାହା ଏକ ଇଣ୍ଡିଆନ୍ ପାଇଥନ୍ ବୋଲି ପ୍ରସନ୍ନ କହିଛନ୍ତି । ଏହାର ଲମ୍ବ ୧୦ରୁ ୧୨ ଫୁଟ ହେବ । ସାପଟିକୁ ଉଦ୍ଧାର କରିବା ପରେ ତାକୁ ଚନ୍ଦକା ଡମପଡା ଅଭୟାରଣ୍ୟରେ ବନ ଅଧିକାରୀଙ୍କ ଅନୁମତି ସହ ଛଡାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.