ଦେଶର ପ୍ରଥମ ମହିଳା ଭାବେ “ବ୍ୟୁରୋ ଅଫ୍‌ ସିଭିଲ ଆଭିଏସନ ସିକ୍ୟୁରିଟି” ମହାନିର୍ଦ୍ଦେଶିକା ଦାୟିତ୍ୱ ନେବେ ଉଷା ପାଢ଼ୀ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସନିକ ଅଧିକାରିଣୀ ଉଷା ପାଢ଼ୀଙ୍କୁ ନୂଆ ମିଳିଲା ନୂଆ ଦାୟିତ୍ୱ । ଉଷା ହେଲେ ବ୍ୟୁରୋ ଅଫ୍‌ ସିଭିଲ ଆଭିଏସନ ସିକ୍ୟୁରିଟିର ଡିଜି ବା ମହାନିର୍ଦ୍ଦେଶିକା ଭାବେ ଦାୟିତ୍ୱ ମିଳିଛି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏହି ଦାୟିତ୍ୱ ନେବାରେ ପ୍ରଥମ ମହିଳା । ତାଙ୍କୁ ଅତିରିକ୍ତ ଭାବେ ନୂଆ ଦାୟିତ୍ୱ ମିଳିଛି । ଉଷା ଏବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ନିର୍ଦ୍ଦେଶିକା ଅଛନ୍ତି । ଉଷାଙ୍କ ପୂର୍ବରୁ ଆଇପିଏସ ଅଫିସର ରାକେଶ ଅସ୍ଥାନା ଥିବାବେଳେ ତାଙ୍କୁ ବିଏସଏଫର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ।

୧୯୯୬ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ହେଉଛନ୍ତି ଶ୍ରୀମତୀ ଉଷା ପାଢ଼ୀ । ଓଡ଼ିଶା ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ଦାୟିତ୍ୱ ତୁଲାଇଛନ୍ତି । ୨୦୧୫ରେ କେନ୍ଦ୍ରକୁ ଡେପୁଟେସନରେ ଯାଇଥିବା ବେଳେ ଗତ ମେ ମାସରେ ତାଙ୍କର ଡେପୁଟେସନ ଅବଧିକୁ ଆଉ ଦୁଇ ବର୍ଷ ପାଇଁ ବଢ଼ାଇ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.