Below header

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର, ବରି ଅଞ୍ଚଳରେ ୧୨ଟି ଘାଇ, ପଣସା ପଂଚାୟତରେ କାନ୍ଥ ପଡି ଜଣକର ମୃତ୍ୟୁ

ଯାଜପୁର/ଯାଜପୁର ଟାଉନ୍ (କେନ୍ୟୁଜ୍‌) : ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର। ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଯାଜପୁର ବ୍ଳକ ଶ୍ୟାମଦାସପୁର ପଞ୍ଚାୟତରେ ଖରସ୍ରୋତା ନଦୀର ରାଜପୁର ମାଧପୁର ନଦୀବନ୍ଧରେ ଘାଇ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ନଦୀବନ୍ଧରେ ଘଳିଆ ସୃଷ୍ଟି ହୋଇଥିବା ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମରାମତି କରାଯାଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲାପାଳ ରଂଜନ ଦାସ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ଘାଇ ମରାମତି କାର‌୍ୟ୍ୟର ତଦାରଖ କରିଛନ୍ତି।

JAJPUR FLOOD IMAGE

ଏହି ବନ୍ୟାରେ ଜିଲ୍ଲାର ୧୦ଟି ବ୍ଲକର ୨ଲକ୍ଷରୁ ଅଧିକ ଲୋକ ପ୍ରଭାଵିତ ହୋଇଛନ୍ତି। ବିଶେଷକରି ଯାଜପୁର, ବିଂଝାରପୁର, ଦଶରଥପୁର, ବରୀ,ରସୁଲପୁର, କୋରେଇ,ଧର୍ମଶାଳା, ବଡ଼ଚଣା ବ୍ଲକ ଅଧିକ ପ୍ରଭାବିତ ହୋଇଛି। ଗତକାଲି ରାତିରୁ ବୈତରଣୀ ନଦୀ ଜଳ ସ୍ତର ଧୀରେ ଧୀରେ କମୁଥିବା ବେଳେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଉଭୟ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହି ଦୁଇ ନଦୀ ଯୋଗୁଁ ଜିଲ୍ଲାର ୧୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି।

GHAI-2

ଯାଜପୁର ବ୍ଲକ ପଣସା ପଂଚାୟତରେ କାନ୍ଥ ପଡି ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେରେ ଓଡ୍ରାଫ, ଏନ୍‌ଡିଆରଏଫ ଏବଂ ଦମକଳ ବାହିନୀ ଉପସ୍ଥିତ ରହି ବନ୍ୟାର ଉଦ୍ଧାର କାର‌୍ୟ୍ୟ କରୁଛନ୍ତି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବନ୍ୟା ପରିସ୍ଥିତି ନେଇ ଘନ ଘନ ସମୀକ୍ଷା ବୈଠକ ବସିବା ସହ କ୍ଷୟକ୍ଷତିର ମଧ୍ୟ ଆକଳନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.