ହିତାହିତ ଜ୍ଞାନ ଭୁଲିଗଲେ ପାକ୍ କ୍ରିକେଟର, ପଡ଼ିଆରେ ହିଁ କରିଦେଲେ ଏତେ ବଡ଼ ଭୁଲ; ଦେଖନ୍ତୁ ଭିଡିଓ

ପାକିସ୍ତାନର ପୂର୍ବ କ୍ରିକେଟର ମହମ୍ମଦ ଆମିର ଓ ପିସିବି ମଧ୍ୟରେ ବିବାଦ ଦେଖାଦେଇଛି। ମହମ୍ମଦ ଏବେ ସଂଯୁକ୍ତ ଆରବ ଅମିରାତରେ ପାକିସ୍ତାନ ସୁପର ଲିଗରେ କରାଚୀ କିଙ୍ଗସ ତରଫରୁ ଖେଳୁଛନ୍ତି। ଜୁନ ୧୪ରେ ପିଏସଏଲ ୨୦୨୧ର ୨୨ତମ ମ୍ୟାଚ୍ କରାଚୀ କିଙ୍ଗସ୍ ଓ ଇସଲାମାବାଦ ୟୁନାଇଟେଡ଼ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଆମିର ନିଜ ହିତାହିତ ଜ୍ଞାନ ଭୁଲିଯାଇଥିବା ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବକ, ଇସଲାମାବାଦ ୟୁନାଇଟେଡ଼ର ୧୫ ଓଭରରେ ମହମ୍ମଦ ଆମିର ବୋଲିଂ କରୁଥିଲେ। ତାଙ୍କ ସାମ୍ନାରେ ଥିଲେ ଇଫତିଖାର ଅହମ୍ମଦ। ଏହି ଓଭରରେ ସେ ଏକ ୟୋର୍କର ପକାଇଥିଲେ। ଉକ୍ତ ବଲରେ ଅହମ୍ମଦ ଚଉକା ମାରିଥିଲେ। ତା ପରେ ଆମିର ରାଗିକି କଥା ହେଉଥିବା ଦେଖିବାକୁ ମିଳିଥିଲା।

ଆମିରଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଟ୍ୱିଟରରେ ଏହି ଭିଡିଓକୁ @zombiecricketer ତରଫରୁ ସେୟାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.