ଦଶହରାରେ ଶ୍ରୀରାମଙ୍କ ଫଟୋ ପୋଷ୍ଟ କରି କଠୋରପନ୍ଥୀଙ୍କ ଶିକାର ହେଲେ ମହମ୍ମଦ ସାମି, ଫ୍ୟାନ୍ସ କଲେ ଟ୍ରୋଲ

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମି ଏବେ କଠୋରପନ୍ଥୀଙ୍କ ଟାର୍ଗେଟକୁ ଆସିଛନ୍ତି। ଟ୍ଵିଟରରେ ଶ୍ରୀ ରାମଙ୍କ ଫଟୋ ପୋଷ୍ଟ କରିବାକୁ ନେଇ ତାଙ୍କୁ ଟାର୍ଗେଟ କରାଯାଇଛି। ମହମ୍ମଦ ସାମି ସୋସିଆଲ ମିଡିଆରେ ଟ୍ଵିଟରରେ ଫ୍ୟାନ୍ସଙ୍କୁ ଶୁଭକାମନା ଦେଇଥିଲେ। ଏହି କାରଣ ଯୋଗୁଁ ସାମି କଠୋରପନ୍ଥୀଙ୍କ ଟାର୍ଗେଟରେ ଆସିଛନ୍ତି।

ଦଶହରା ଅବସରରେ ସମସ୍ତଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀରାମ ଫଟୋ ସେୟାର କରି ଶୁଭକାମନା ଜଣାଇଥିଲେ। ତେବେ ମହମ୍ମଦ ସାମି ଏହି ଫଷଟା ସେୟାର କରିବା ପରେ କିଛି ୟୁଜର୍ସ ଧର୍ମକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି। ଏହା ସହିତ ତାଙ୍କୁ ନାଁ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି। ହେଲେ ସାମି ଏହି କଥାକୁ ବେଶ୍‌ ଧ୍ୟାନ ଦେଇନାହାନ୍ତି। ସାମିଙ୍କ ଏହି ଟ୍ଵିଟକୁ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ୟୁଜର୍ସ ଲାଇକ କରିଛନ୍ତି। ଆଉ ଅଧିକ ସଂଖ୍ୟାରେ ଲୋକ ସପୋର୍ଟ ମଧ୍ୟ କରିଛନ୍ତି।
ସାମି ନିଜର ଟ୍ଵିଟରରେ ଭାଗବାନ ଶ୍ରୀରାମଙ୍କ ଫଟୋ ପୋଷ୍ଟ କରି ଲେଖିଥିଲେ, ଦଶହରାର ପବିତ୍ର ଅବସରରେ ଭଗବାନ ଶ୍ରୀରାମଙ୍କୁ ପ୍ରାର୍ଥନା କରୁଛି କି, ସମସ୍ତଙ୍କ ଜୀବନରେ ଖୁସି, ସମୃଦ୍ଧି ଏବଂ ସଫଳତା ମିଳୁ। ଆପଣଙ୍କ ପରିବାରକୁ ଦଶହରାର ହାର୍ଦ୍ଦିକ ଶୁଭକାମନା। ଏହି ଟ୍ଵିଟରକୁ ନେଇ ଅଧିକ ୟୁଜର୍ସ ତାଙ୍କୁ ଟାର୍ଗେଟ କରିଛନ୍ତି। କିଛି ୟୁଜର୍ସ ତାଙ୍କ ବିରୋଧରେ ଫତୁଓ୍ଵା ଜାରି କରିବା ପାଇଁ କହିଛନ୍ତି। କିନ୍ତୁ ଅନେକ ଫ୍ୟାନ୍ସ ତାଙ୍କୁ ସପୋର୍ଟ ମଧ୍ୟ କରିଛନ୍ତି।

ସାଉଥ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ୍‌ ପଡିଥିଲେ। ଚଳିତବର୍ଷ ଜୁଲାଇରେ ହୋଇଥିବା ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲେ। କିନ୍ତୁ ସାଉଥ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ ବାଦ୍‌ ପଡିଥିଲେ। କରୋନା ଭାଇରସରେ ସଂକ୍ରମିତ ହେବା ପରେ ସେ ଆଉ କୌଣସି ମ୍ୟାଚ୍‌ ଖେଳିନଥିଲେ।

ଚଳିତବର୍ଷ ଜୁଲାଇରେ ମାଞ୍ଚେଷ୍ଟରରେ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଗତବର୍ଷ ଟି-୨୦ ବିଶ୍ୱକପ ପରେ ନୂଆ ଫର୍ମାଟରେ ଭାରତ ପାଇଁ କୌଣସି ମ୍ୟାଚ୍‌ ଖେଳିନାହାନ୍ତି। ଟି-୨୦ ବିଶ୍ୱକପ୍‌ ୨୦୨୨ରେ ଷ୍ଟାଣ୍ଡବାଇ ଭାବେ ତାଙ୍କୁ ଚୟନ କରାଯାଇଛି। ସାମି ଏପର୍ଯ୍ୟନ୍ତ ୬୦ ଟେଷ୍ଟ, ୮୨ ଦିନିକିଆ ଏବଂ ୧୭ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

Also Read : ବୁମରା କେବଳ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍‌ ପଡିଛନ୍ତି ଟି-୨୦ ବିଶ୍ୱକପରୁ ନୁହେଁ: ରାହୁଲ ଦ୍ରାବିଡ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.