SBI ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ମହେନ୍ଦ୍ର ସିଂ ଧୋନି, ମିଳିବ ନୂଆ ଦାୟିତ୍ୱ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏସବିଆଇର ବ୍ରାଣ୍ଡ ଆମ୍ବାସାଡର ହୋଇଛନ୍ତି । ମହେନ୍ଦ୍ର ସିଂ ଧୋନିଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିବା ନେଇ ଏସବିଆଇ ଘୋଷଣା କରିଛି । ଏସବିଆଇର ବ୍ରାଣ୍ଡ ଆମ୍ବାସାଡର ଭାବେ ଧୋନି ମାର୍କେଟିଂ ଏବଂ ଆଡ୍‌ ଦାୟିତ୍ୱରେ ରହିବେ ।

ଏସବିଆଇର ଅଧ୍ୟକ୍ଷ ଦିନେଶ ଖାରା କହିଛନ୍ତି, ଏମଏସ ଧୋନି ଏସବିଆଇର ବ୍ରାଣ୍ଡ ଆମ୍ବାସାଡର ଭାବେ ସାମିଲ କରିବା ନେଇ ବହୁତ ଖୁସି । ଧୋନି ଏସବିଆଇ ସହିତ ଜଡିତ ହେବା ଆମ ବ୍ରାଣ୍ଡ୍‌ ପାଇଁ ନୂଆ ଅବତାର । ଏହି ନିଷ୍ପତ୍ତି ସହଭାଗିତା ଏବଂ ଲକ୍ଷ୍ୟ, ବିଶ୍ୱାସ, ଅଖଣ୍ଡତା ଏବଂ ଅତୁଟ ସମର୍ପଣ ସହିତ ରାଷ୍ଟ୍ର ଏବଂ ଗ୍ରାହକଙ୍କ ସେବା କରିବା ପାଇଁ ପ୍ରତିବଦ୍ଧତାକୁ ମଜବୁତ କରିବ ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରର୍ପଟି, ଡିପୋଜିଟ୍‌, ବ୍ରାଞ୍ଚ, କଷ୍ଟମର୍ସ ଏବଂ କର୍ମଚାରୀଙ୍କ ମାମଲାରେ ସବୁଠାରୁ ବଡ କର୍ମସିଆଲ ବ୍ୟାଙ୍କ । ଏହା ଦେଶର ସବୁଠାରୁ ବଡ ବ୍ୟାଙ୍କ । ଏସବିଆଇ ଏପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ ପରିବାରକୁ ଘର କିଣିବାର ସ୍ୱପ୍ନ ପୂରଣ କରିଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.