ଧୋନିଙ୍କୁ ପାଖରେ ପାଇ ଖୁସିରେ ପାଗଳ ହେଲେ ଫ୍ୟାନ୍‌, ଭିଡ଼ ଦେଖି ଡରିଗଲେ ମାହି; ଦେଖନ୍ତୁ ଭିଡିଓ

ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ୱକପ୍‌ ପରଠୁ ହିଁ କ୍ରିକେଟ୍‌ ଠାରୁ ଦୂରରେ ଅଛନ୍ତି। ମଝିରେ ମଝିରେ ସେ କ୍ରିକେଟରୁ ସନ୍ନ୍ୟାସ ନେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ ମାହି ନିଜ ଆଡ଼ୁ କୌଣସି ଘୋଷଣା କରିନାହାନ୍ତି। ଏବେ ଧୋନି ପରିବାର ସହ ସମୟ ବିତାଉଛନ୍ତି।

एम एस धोनी

ନିକଟରେ ଧୋନିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଫ୍ୟାନ୍‌ମାନେ ମାହିଙ୍କୁ ସମ୍ପୂର୍ଣ୍ଣ ଭାବେ ଘେରି ଯାଇଥିବା ଦେଖାଯାଇଛି। ଧୋନି ସେହି ସମୟରେ ବିରକ୍ତ ହୋଇଯାଇଥିଲେ। ଏହି ଭିଡିଓଟି ଧୋନିଙ୍କ ମଧ୍ୟପ୍ରଦେଶ ଗସ୍ତ ବେଳର ବୋଲି ଜଣାଯାଇଛି।

ଦେଖନ୍ତୁ ଭିଡିଓ:

ପୂର୍ବରୁ ଧୋନି ଓ ପତ୍ନୀ ସାକ୍ଷୀଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା। ଏକ ହୋଟେଲରେ ସାକ୍ଷୀ ଧୋନିଙ୍କ ଭିଡିଓ ସୁଟିଂ କରୁଥିଲେ। ଭିଡିଓରେ ଧୋନି କହୁଥିଲେ ଯେ ସାକ୍ଷୀ ଏସବୁ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଫଲୋୟର୍ସ ବଢ଼ାଇବାକୁ କରୁଛନ୍ତି। ଏହି ଭିଡିଓକୁ ଧୋନିଙ୍କର ଜଣେ ଫ୍ୟାନ୍‌ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.