ଧୋନି ନେଇପାରନ୍ତି ଆଇପିଏଲରୁ ସନ୍ନ୍ୟାସ ! ସିଏସକେର ଭିଡିଓ ଫ୍ୟାନ୍ସଙ୍କ ହୃଦସ୍ପନ୍ଦନ ବଢାଇଲା

ଧୋନିଙ୍କ ଆଇପିଏଲ୍‌ରୁ ସନ୍ନ୍ୟାସ ନେବା ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ସିଏସକେର ଭିଡିଓ ଫ୍ୟାନ୍ସଙ୍କ ହୃଦସ୍ପନ୍ଦନ ବଢାଇଦେଇଛି । ସିଏସକେ ସେୟାର କରିଥିବା ଭିଡିଓରେ ସବୁ କିଛି ସ୍ପଷ୍ଟ ହୋଇଯାଇଛି ।

ଚେନ୍ନାଇ ସୁପରକିଙ୍ଗସ ୫ମ ଥର ପାଇଁ ଆଇପିଏଲ୍‌ ଟାଇଟଲ ହାସଲ କରିଛି । ଧୋନିଙ୍କ ନେତୃତ୍ବରେ ଟିମ୍‌ ଏହି ଟାଇଟଲ ୫ମ ଥର ପାଇଁ ଜିତିଛି । ଆଇପିଏଲ୍‌ ୨୦୨୩ ଆରମ୍ଭ ହେବା ପୂର୍ବରୁ ଧୋନିଙ୍କ  ସନ୍ନ୍ୟାସ ନେବାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଆଇପିଏଲ୍‌ ୨୦୨୩ ଟାଇଟଲ ଜିତିବା ପରେ ଯଦି ଫିଟନେସ ଠିକ୍‌ ନୁହେଁ ତେବେ ଆଗାମୀ ସିଜିନ ଖେଳିପାରନ୍ତି ଧୋନି ।  ତେବେ ଚର୍ଚ୍ଚା ହେଉଥିବା କଥାକୁ ନେଇ ଧୋନି ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି । ଚେନ୍ନାଇ ଏବେ ଏକ ନୂଆ ଭିଡିଓ ସେୟାର କରିଛି । ଯାହା ଫ୍ୟାନ୍ସଙ୍କ ହୃଦସ୍ପନ୍ଦନ ବଢାଇଦେଇଛି ।

ଧୋନି ଆଇପିଏଲ୍‌ ଫ୍ରାଞ୍ଚାଇଜ ଚେନ୍ନାଇ ସୁପରକିଙ୍ଗସ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ କ୍ୟାପସନ ଲେଖାହୋଇଛି… ଓଃ କ୍ୟାପଟେନ, ମାଇଁ କ୍ୟାପଟେନ । ଏହି ଭିଡିଓରେ ଧୋନି ସିଢି ଚଢି ଡ୍ରେସିଂ ରୁମରୁ ଫେରୁଥିବା ଦେଖିବାକୁ ମିଳିଛନ୍ତି । ଭିଡିଓରେ ଧୋନିଙ୍କ ବ୍ୟାଟିଂ ଏବଂ ୱିକେଟ କିପିଂ ଦେଖିବାକୁ ମିଳୁଛି । ଏହି ଭିଡିଓରେ ବ୍ୟାକଗ୍ରାଉଣ୍ଡରେ ଇମୋସନାଲ ଗୀତ ବାଜୁଛି । ତେବେ ଏହାକୁ ନେଇ ଧୋନି କିମ୍ବା ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ କୌଣସି ଅଫିସିଆଲ ବୟାନ ଆସିନାହିଁ ।

ଧୋନିଙ୍କ ନେତୃତ୍ୱରେ ଟିମ୍‌ ଭଲ ପ୍ରଦର୍ଶନ କରି ୫ମ ଥର ଟାଇଟଲ ହାସଲ କରିଛି । ଆଇପିଏଲ୍‌ ୨୦୨୩ ସିଜିନରେ ଧୋନି ଆହତ ହୋଇ ମଧ୍ୟ ଖେଳିଥିଲେ । ହେଲେ ଏହି ସିଜନରେ ଧୋନି ଯନ୍ତ୍ରଣାରେ ଥାଇ ମଧ୍ୟ ଟିମକୁ ଛାଡିନଥିଲେ । କଷ୍ଟରେ ଥାଇ ମଧ୍ୟ ଫାଇନାଲ ଖେଳିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ହୋଇଥିଲା ।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓ @balltamperrer ଆକାଉଣ୍ଟରେ ସେୟାର କରାଯାଇଥିଲା । ଏହି ଭିଡିଓରେ ଧୋନି ଫାଇନାଲ ମ୍ୟାଚରେ ବ୍ୟାଟିଂ କରିବା ପୂର୍ବରୁ ଡ୍ରେସିଂ ରୁମରେ ବସି ନିଜ ଆଣ୍ଠୁରେ ପଟି ବାନ୍ଧୁଥିବାର ନଜର ଆସିଥିଲେ । ଆଉ ଏହାକୁ ଦେଖିବା ପରେ ଫ୍ୟାନ୍ସ ଭାବବିହ୍ଵଳ ହୋଇପଡିଥିଲେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.