ଏମଏସ ଧୋନୀ ମୋବାଇଲରେ ଦେଖୁଥିଲେ ଫିଲ୍ମ, ପତ୍ନୀ ସାକ୍ଷୀ ସ୍ୱାମୀଙ୍କ ଗୋଡ଼ ମୋଡୁ ମୋଡୁ କରିଦେଲେ ଏମିତି ଦୁଷ୍ଟାମୀ, ଆପଣ ବି ଦେଖିଲେ ଲାଜେଇ ଯିବେ

ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଧୋନୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି। ଅନେକ ସମୟରେ ସେ ଧୋନୀଙ୍କ ମଜାଦାର ଫଟୋ ସବୁ ସେୟାର କରନ୍ତି। ଏଥର ସେ ସ୍ଵାମୀଙ୍କ ଏମିତି ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ। ଏହି ଫଟୋରେ ଧୋନୀ ବେଡରେ ଶୋଇ ତକିଆ ଉପରେ ଟ୍ୟାବ ରଖି ଫିଲ୍ମ ଦେଖୁଛନ୍ତି। ଏହି ସମୟରେ ସାକ୍ଷୀ ଆସି ଧୋନୀଙ୍କ ଗୋଡ ମୋଡୁଛନ୍ତି ଏବଂ ସ୍ୱାମୀଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଦୁଷ୍ଟାମୀ ଆରମ୍ଭ କରିଦେଉଛନ୍ତି।

 

View this post on Instagram

 

Times when you crave attention from #mrsweetie !

A post shared by Sakshi Singh Dhoni (@sakshisingh_r) on

ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। କହିବାକୁ ଗଲେ, ଧୋନୀ ଟ୍ୟାବ ଦେଖୁଥିବା ବେଳେ ସାକ୍ଷୀ ତାଙ୍କର ମଜା ନେଉଛନ୍ତି। ଫଟୋ ସେୟାର କରି ସାକ୍ଷୀ କ୍ୟାପସନ ଲେଖିଛନ୍ତି କି, ‘ଯେତେବେଳେ ଆପଣ ଆଟେନସନ ପାଇବା ପାଇଁ ଚେଷ୍ଟା କରନ୍ତି’। ତାଙ୍କର ଏହି ପୋଷ୍ଟକୁ ଏ ପର୍ଯ୍ୟନ୍ତ 4 ଲକ୍ଷରୁ ଅଧିକ ଲାଇକ ମିଳିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.