କ୍ଯାଚ ଧରିବାକୁ ନେଇ ସାଥୀ ଖେଳାଳିଙ୍କ ଉପରେ ରାଗିଗଲେ ମୁଶଫିକର ରହିମ୍, ଚାପୁଡ଼ା ମାରିବାକୁ ଉଠାଇଲେ ହାତ, ଭିଡିଓ ଭାଇରଲ

ବାଂଲାଦେଶ ଖେଳାଳି ମୁଶଫିକର ରହିମ୍ ଘରୋଇ ଟି୨୦ ଟୁର୍ଣ୍ଣାମେଣ୍ଟ ସମୟରେ ଷ୍ଟାଡିୟମରେ ନିଜ ସାଥି ଖେଳାଳିଙ୍କୁ ମାଡ଼ ମାରିବାକୁ ପ୍ରୟାସ କରିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ବଙ୍ଗବନ୍ଧୁ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୋକ୍ସିସମକୋ ଢାକାର ଅଧିନାୟକ ରହିମ ନିଜ ରାଗ ସମ୍ଭାଳିପାରି ନଥିଲେ । ଏହାସହ ସାଥି ଖେଳାଳି ନସୁମ ଅହମ୍ମଦଙ୍କୁ ଷ୍ଟାଡିୟମରେ ଚାପୁଡ଼ା ମାରିବା ପାଇଁ ପ୍ରୟାସ କରିଥିଲେ ।

ମୁଶଫିକର ଏକ କ୍ୟାଚ୍ ଧରିବା ପ୍ରୟାସରେ ନସୁମଙ୍କ ସହ ଧକ୍କା ହୋଇଯାଇଥିଲେ । ମୁଶଫିକର କ୍ୟାଚ୍ ଧରିଥିଲେ ମଧ୍ୟ ସେ ନସୁମଙ୍କ ଚାପୁଡ଼ା ମାରିବାକୁ ପ୍ରୟାସ କରିଥିଲେ । କିନ୍ତୁ ହାତ ଉଠାଇବା ପରେ ନିଜକୁ ନିୟନ୍ତ୍ରଣ କରିଦେଇଥିଲେ । ଏହାପରେ ସେ ନସୁମଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଟ୍ୱିଟରରେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.