Nokia ର ପ୍ରଥମ ଲାପଟପ୍ ଭାରତରେ ହେଲା ଲଞ୍ଚ୍, ବଜେଟ୍ ଦାମ୍ ସହିତ ରହିଛି କମାଲ ଫିଚର୍ସ

ନୋକିଆର ପ୍ରଥମ ଲାପଟପ୍ ଭାରତୀୟ ବଜାରରେ ଲଞ୍ଚ୍ ହୋଇସାରିଛି । ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଆଜି Nokia purebook x14 ଲାପଟପ ଲଞ୍ଚ୍ କରିଛି। ଏହି ଲାପଟପର ଦାମ୍ ୫୯,୯୯୦ ଟଙ୍କା ରଖିଛି କମ୍ପାନୀ । ଏହା ନୋକିଆର ପ୍ରଥମ ଲାପଟପ୍। ଏଥିରେ intel 10th ଜେନେରେସନ ପ୍ରୋସେସର ଦିଆଯାଇଛି ଏବଂ ୱିଣ୍ଡୋଜ ୧୦ ପ୍ରି-ଇନଷ୍ଟଲ ରହିଛି। ନୋକିଆ ପ୍ୟେରବୁକ X14 ର ପ୍ରି-ବୁକିଂ ୧୮ ଡିସେମ୍ବରରୁ ଆରମ୍ଭ ହେବ ।

ସ୍ପେସିଫିକେସନ:

Nokia purebook x14 ରେ ପ୍ରି- ଇନଷ୍ଟଲ୍ଡ ୱିଣ୍ଡୋଜ ୧୦ ହୋମ୍ ଦିଆଯାଇଛି। ଏଥିରେ ଡଲବି ଭିଜନ ଏବଂ ୨୫୦ nits ପିକ୍ ବ୍ରାଇଟନେସ ସହିତ ୧୪ ଇଞ୍ଚର ଫୁଲ୍ ଏଚଡି IPS ଡିସପ୍ଲେ ରହିଛି । ୮ ଜିବି ରାମ୍ ଓ ୫୧୨ ଜିବି ଏସଏସଡି ସହିତ ଆସୁଥିବା ଏହି ଲାପଟପରେ ଇଣ୍ଟେଲ୍ i5 10th Gen କ୍ୱାଡ୍-କୋର୍ ପ୍ରୋସେସର ଦିଆଯାଇଛି । ୱିଣ୍ଡୋଜ୍ ୧୦ ଓଏସ୍ ସହିତ ଆସୁଥିବା ଏହି ଲାପଟପରେ ୧୪ ଇଞ୍ଚର ଫୁଲ୍ ଏଚଡି ଏଲଇଡି ବ୍ୟାକଲିଟ୍ ସ୍କ୍ରିନ୍ ଦିଆଯାଇଛି । ଏହି ଲାପଟପର ସ୍କ୍ରିନ୍-ଟୁ-ବଡି ରେସିଓ ୮୬ ପ୍ରତିଶତ ।

nokia laptop

Nokia purebook X14ର ଓଜନ ୧.୧ କିଲୋଗ୍ରାମ । ମାତ୍ର ୧୬.୮ ଏମଏମର ଏହି ସ୍ଲିମ୍ ଲାପଟପର ଡିଜାଇନ୍ ବହୁତ ସିଲ୍କ । ଗ୍ରାଫିକ୍ସ ପାଇଁ ଏଥିରେ ୧.୧ Ghz ଟର୍ବୋ GPU ସହିତ ଇଣ୍ଟିଗ୍ରେଟେଡ୍ ଇଣ୍ଟେଲ UHD 620 ଗ୍ରାଫିକ୍ସ କାର୍ଡ ମିଳିବ ।

ଏହି ଲାପଟପରେ ୮ ଘଣ୍ଟାର ବ୍ୟାଟେରୀ ଲାଇଫ୍ ସପୋର୍ଟ ମିଳୁଛି । ଏଥିରେ ଶୀଘ୍ର ଚାର୍ଜିଂ ପାଇଁ ୬୫ ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି । କନେକ୍ଟିଭିଟି ପାଇଁ ଏହି ଲାପଟପରେ ଡ୍ୟୁଲ ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ୍ ୫.୧ , ୟୁଏସବି ୩.୧, ୟୁଏସବି ୨.୦, ସିଙ୍ଗଲ HDMI ପୋର୍ଟ ଓ ଏକ RJ45 ପୋର୍ଟ ଦିଆଯାଇଛି । ଲାପଟପରେ ସିଙ୍ଗଲ ଅଡିଓ ଆଉଟ୍ ପୋର୍ଟ ଓ ଏକ ମାଇକ୍ ପୋର୍ଟ ମଧ୍ୟ ଦିଆଯାଇଛି । ଲାପଟପର ଅତିରିକ୍ତ ଫିଚର୍ସ କଥା କହିବା ତ ଏଥିରେ ୱିଣ୍ଡୋଜ୍ ହେଲୋ ଫେସ୍ ଅନଲକ୍ ସହିତ ଏଚଡି ଆଇଆର ୱେବକ୍ୟାମ୍ ମଧ୍ୟ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.