Below header

ଦୌଡ ରାଣୀ ଦୂତି ଚାନ୍ଦଙ୍କ ବିଜୟ ଯାତ୍ରା……

ଚଳିତ ବର୍ଷର ସମ୍ମାନ ଜନକ ଅର୍ଜୁନ ପୁରସ୍କାର ପାଇଁ ଓଡିଶାରୁ ଧାବିକା ଦୁତି ଚାନ୍ଦ ମନୋନୀତ ହୋଇଛନ୍ତି । ଓଡ଼ିଶାର ୯ମ ଖେଳାଳି ଓ ଦ୍ଵିତୀୟ ଧାବିକା ଭାବେ ଦୂତି ଏହି ସମ୍ମାନ ଜନକ ପୁରସ୍କାର ଲାଭ କରିବାକୁ ଯାଉଛନ୍ତି । ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଏହି ଜାତୀୟ ପୁରସ୍କାର ବିତରଣ ଉତ୍ସବ ରାଷ୍ଟ୍ରପତି ଭାବନରେ ଅନୁଷ୍ଠିତ ନହୋଇ ଦେଶରେ ଚାରୋଟି ଜୋନରେ ବିତରଣ କରାଯିବା ନେଇ ସ୍ଥିର ହୋଇଛି । ଏହି କାରଣରୁ କୋଲକାତା ଠାରେ ଦୁତିଙ୍କୁ ଏହି ସମ୍ମାନ ମିଳିବାକୁ ଥିବା ବେଳେ ଏଥିପାଇଁ ସେ କଲିକତାରେ ପହଂଚି ସାରିଛନ୍ତି । ଦେଶର ଏକ ମର୍ଯ୍ୟାଦା ଜନକ ପୁରସ୍କାର ଲାଭ କରିବାକୁ ଯାଉଥିବା ଦୂତିଙ୍କ ଏହି ଯାତ୍ରା କିନ୍ତୁ ଏତେଟା ସହଜ ନଥିଲା । ଅତି ଗରିବ ପରିବାରରେ ଜନ୍ମ ନେଇ ନିଜ ନିରନ୍ତର ଉଦ୍ୟମ ବଳରେ ହିଁ ଏହି ସ୍ତର ପର୍ଯ୍ୟନ୍ତ ପହଂଚି ପାରିଛନ୍ତି ଦୂତି ।

Dutee Chand wins historic 100-metre gold in Naples | Sports News,The Indian  Express

ତାଙ୍କର ଏହି ଯାତ୍ରା ଆରମ୍ଭ ହୋଇଥିଲା । ୧୯୯୬ ମସିହା ଫେବୃଆରୀ ମାସ ୩ ତାରିଖରେ ଯାଜପୁର ଜିଲ୍ଲାର ଏକ ଗରିବ ତନ୍ତୀ ପରିବାରରେ ଦୂତିଙ୍କର ଜନ୍ମ ହୁଏ । ତାଙ୍କ ପିତାଙ୍କ ନାମ ଚକ୍ରଧର ଚାନ୍ଦ ହୋଇଥିବା ବେଳେ ମାତାଙ୍କ ନାମ ଆଖୁଜି ଚାନ୍ଦ । ଦୂତିଙ୍କର ପ୍ରେରଣାର ଉତ୍ସ ହେଉଛନ୍ତି ତାଙ୍କ ବଡ଼ ଭଉଣୀ ସରସ୍ବତୀ ଚାନ୍ଦ । ୨୦୧୨ ମସିହାରେ ୧୮ ବର୍ଷରୁ କମ ବୟସ ବିଭାଗରେ ଦୂତି ପ୍ରଥମ ଥର ପାଇଁ ଜାତୀୟ ଚମ୍ପିୟାନ ସିପ ହୋଇଥିଲେ । ଏହି ସମୟରେ ମାତ୍ର ୧୧.୨ ସେକେଣ୍ଡରେ ଦୂତି ୧୦୦ ମିଟର ଦୂରତା ଅତିକ୍ରମ କରିଥିଲେ । ପରେ ୨୦୧୩ ରେ ୨୦୦ ମିଟର ଦୌଡ଼ ୨୩.୮୧୧ ସେକେଣ୍ଡରେ ଅତିକ୍ରମ କରି ପୁନେ ଠାରେ ଆୟୋଜିତ ହୋଇଥିବା ଏସିଆନ ଆଥଲେଟିକ ଚମ୍ପିୟାନସିପ ଜିତିଥିଲେ । ସେହିବର୍ଷ ହିଁ ଓଡ଼ିଶାର ଏହି ଦୌଡ ରାଣୀ ପ୍ରଥମ ଭାରତୀୟ ଭାବେ ୧୦୦ ମିଟର ଗ୍ଲୋବାଲ ଆଥଲେଟିକର ଫାଇନାଲ ପର୍ଯ୍ୟନ୍ତ ପହଂଚିଥିଲେ ।

ପରେ ସେହି ସମାନ ବର୍ଷରେ ହିଁ ଦୁତି ରାଞ୍ଚି ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ବରିଷ୍ଠ ଆଥଲେଟିକ୍ ଚମ୍ପିୟାନସିପରେ ନିଜ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ ଏହି ଦୌଡ ରାଣୀ । ୨୦୧୪ ମସିହାରେ ଏସିଆନ ଜୁନିଅର ଆଥଲେଟିକ ଚମ୍ପିୟାନ ସିପରେ ଉଭୟ ୨୦୦ ମିଟର ଦୌଡ ଓ ୪ X ୪୦୦ ରିଲେ ସ୍ବର୍ଣ୍ଣ ପଦକର ବିଜୟିନୀ ହୋଇଥିଲେ । ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ଚମ୍ପିୟାନସିପର ୧୦୦ ମିଟର ଓ ୨୦୦ ମିଟର ଦୌଡରେ ଭାରତ ତରଫରୁ ପ୍ରତିନିଧିତ୍ବ କରିଥିବା ବେଳେ ୨୦୧୬ ର ସାଉଥ ଏସିଆନ ଚାମ୍ପିଅୟଂ ସିପ, ୨୦୧୬ ର ଗୋୖହାଟୀ ସାଉଥ ଏସିଆନ ଗେମ୍ସ ଓ ୨୦୧୪ରେ ତାଇପେଇ ଜୁନିଅର ଆଥେଟିକ ଚାଂପ୍ୟାନ ସିପରେ ସ୍ବର୍ଣ୍ଣ ପଦକର ବିଜୟିନୀ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.