କାନପୁରରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନ, ୧୨୯ ରନ୍‌ରୁ ଖେଳ ଆରମ୍ଭ କରିବ କିଓ୍ଵି ଟିମ

କାନପୁରରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନ । ଗତକାଲିର ଅସମାପ୍ତ ୧୨୯ ରନ୍‌ରୁ ଖେଳ ଆରମ୍ଭ କରିବ କିଓ୍ଵି ଟିମ । ଓପନର ବ୍ୟାଟ୍ସମ୍ୟାନ ଟମ୍‌ ଲାଥାମ୍‌ ଓ ୱିଲ୍‌ ୟଙ୍ଗ ଆଜି ପାଳି ଆରମ୍ଭ କରିବେ । ୱିଲ୍‌ ୟଙ୍ଗ ୭୫ ଏବଂ ଟମ୍‌ ଲାଥାମ୍‌ ୫୦ ରନ କରି ଅପରାଜିତ ଅଛନ୍ତି । ଭାରତ ଠାରୁ ୨୧୬ ରନ୍‌ ପଛରେ ରହିଛି ନ୍ୟୁଜିଲାଣ୍ଡ।

ଭାରତୀୟ ବୋଲରଙ୍କ କମାଲ ଦେଖିବାକୁ ମିଳିନାହିଁ । ଅଧିନାୟକ ଅଜିଙ୍କ୍ୟ ରାହାଣେ ଦଳର ୫ ଜଣ ବୋଲରଙ୍କୁ ଲଗାଇଥିଲେ ବି ଗୋଟିଏ ବି ଓ୍ଵିକେଟ ନେବାକୁ ସମର୍ଥ ହୋଇନାହାନ୍ତି । ପୂର୍ବରୁ ପ୍ରଥମ ଇନିଂସରେ ୩୪୫ ରନ୍‌ କରି ଅଲ୍‌ଆଉଟ ହୋଇଛି ଟିମ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.