ଭିକ୍କି-କ୍ୟାଟଙ୍କ ବିବାହରେ ମୋବାଇଲକୁ ତାଗିଦା ! ଅତିଥିଙ୍କ ଉପରେ କଡା ନଜର ରଖିବ ସିକ୍ୟୁରିଟି ଟିମ

ବର୍ତ୍ତମାନ ନିଜ ବିବାହକୁ ନେଇ ଚର୍ଚ୍ଚାରେ ବି-ଟାଉନର ଚର୍ଚ୍ଚିତ ଯୋଡି ଭିକ୍କି କୌଶଲ ଏବଂ କଟ୍ରିନା କୈଫ୍ । ଡିସେମ୍ବର ମାସରେ ରାଜସ୍ଥାନରେ ରୟାଲ ୱେଡିଙ୍ଗ କରିବାକୁ ଯାଉଛନ୍ତି ଏହି ଯୋଡି । ରାଜସ୍ଥାନରେ ୭୦୦ ବର୍ଷ ପୁରୁଣା ଦୁର୍ଗରେ ଦୁହିଁଙ୍କ ବାହାଘର ହେବ। ସବାଇ ମାଧୋପୁରର ଏକ ରାଜକୀୟ ରିସର୍ଟ ବୁକ କରାଯାଇଛି। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଲାଣି । ହେଲେ ଏପର୍ଯ୍ୟନ୍ତ ଦୁହିଁଙ୍କ ତରଫରୁ କିନ୍ତୁ ଏନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । ଅନ୍ୟପଟେ ଏହି ବାହାଘରରେ ଯୋଗ ଦେବାକୁ ହେଲେ କିଛି ସ୍ପେଶାଲ ନିୟମ ମାନିବାକୁ ପଡିବ ବୋଲି ଏବେ ଖବର ମିଳିଛି ।

ବିବାହ ପ୍ରସ୍ତୁତି ବର୍ତ୍ତମାନ ଶେଷ ମୋଡରେ ଅଛି। ଖବର ମୁତାବକ କ୍ୟାଟ୍ ମଧ୍ୟ ତାଙ୍କ କାମରୁ ବିରତି ନେଇଛନ୍ତି ଏବଂ ନିଜ ଦିଅର ଏବଂ ଶାଶୁଙ୍କ ସହ ମିଶି ବିବାହ ପାଇଁ ବାକି ଥିବା ପ୍ରସ୍ତୁତି ଶେଷ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ଏବଂ ଭିକିଙ୍କ ବିବାହ ପାଇଁ ଏକ ନିୟମ କରାଯାଇଛି ଯାହାକୁ ସମସ୍ତଙ୍କୁ ଅନୁସରଣ କରିବାକୁ ପଡିବ।

ରିପୋର୍ଟ ଅନୁଯାୟୀ, ଯଦିଓ କିଛି ସ୍ପେଶାଲ ଲୋକଙ୍କୁ ନିମନ୍ତ୍ରଣ ମିଳିବ। କିନ୍ତୁ ଭିକ୍କି କୌଶଲ ବିବାହ ନିମନ୍ତ୍ରଣରେ ମୋବାଇଲ ନ ଆଣିବା ପ୍ରସଙ୍ଗ ଉଠାଇଛନ୍ତି । ଏଥିପାଇଁ ମ୍ୟାନେଜମେଣ୍ଟ ଏଜେନ୍ସିକୁ ମଧ୍ୟ କଡା ନିର୍ଦ୍ଦେଶ ଦିଆଯାଇଛି । ସବୁ ଅତିଥିଙ୍କ ଉପରେ ସିକ୍ୟୁରିଟି ଟିମର କଡା ନଜର ରଖିବାକୁ ଉଭୟ ଭିକ୍କି ଓ କ୍ୟାଟଙ୍କ ପରିବାର ଲୋକ କହିଥିବା ସୂଚନା ମିଳିଛି । ଏହା ପଛର କାରଣ ହେଲା, ଏହି ଯୋଡି ବିବାହ ବେଳର କୌଣସି ଫଟୋ କିମ୍ବା ଭିଡିଓ ଭାଇରାଲ କରିବାକୁ ଚାହୁଁନାହାଁନ୍ତି । ଏଥିପାଇଁ ଏକ ସ୍ପେଶାଲ ଟିମ ପ୍ରସ୍ତୁତ କରାଯାଇଛି ।

ଏଥିପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଠିକ କରାଯାଇଛି ଯେଉଁଠାରେ ମୋବାଇଲ୍ ଫୋନ୍ ରଖାଯିବ। ବଲିଉଡ ସେଲିବ୍ରିଟିଙ୍କ ବ୍ୟତୀତ ଉଭୟ ପକ୍ଷ ପରିବାରର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଏହି ନିୟମ ପାଳନ କରିବାକୁ ହେବ । ସେଲିବ୍ରିଟିମାନେ ସେମାନଙ୍କ ବିବାହରେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା କଥା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ମଧ୍ୟ ସମାନ ନିୟମ ଗ୍ରହଣ କରିଥିଲେ।

ଖବର ଅନୁଯାୟୀ, ଅତିଥି ତାଲିକାରେ କରଣ ଜୋହର, କବୀର ଖାନ ଏବଂ ତାଙ୍କ ପତ୍ନୀ ମିନି ମଥୁର, ରୋହିତ ଶେଟ୍ଟୀ, ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ, ବରୁଣ ଧାୱନ ଏବଂ ନତାଶା ଡାଲାଲ, ଅଲି ଅବ୍ବାସ ଜାଫରଙ୍କ ଭଳି ସେଲିବ୍ରିଟି ସାମିଲ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.