ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଓଡ଼ିଶାର ଗୋଲଡେନ୍‌ ବୟ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନ୍‌ କୋର୍ଟରେ ପୁଣି ଥରେ କରିସ୍ମା ଦେଖାଇଛନ୍ତି। ପାରା ବ୍ୟାଡମିଣ୍ଟନ ଓ୍ଵାର୍ଲଡ୍‌ ଚାମ୍ପିଅନସିପରେ ଜିତିଛନ୍ତି ଡବଲ୍‌ ଗୋଲ୍ଡ। ସ୍ୱିଜରଲ୍ୟାଣ୍ଡର ବସେଲରେ ଚାଲିଥିବା ବିଶ୍ୱ ପ୍ରତିଯୋଗିତାର ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ପ୍ରମୋଦ ହାତେଇଛନ୍ତି ସ୍ୱର୍ଣ୍ଣ। ସିଙ୍ଗଲ୍ସରେ ଇଂଲଣ୍ଡ ତାରକା ଡାନିଏଲ୍‌ ବେଥେଲଙ୍କୁ ୬-୨୧, ୨୧-୧୪ ଓ ୨୧-୫ ସେଟରେ ପରାସ୍ତ କରିଥିଲେ। ତାପୂର୍ବରୁ ମନୋଜ ସର୍କାରଙ୍କୁ ସାଥି କରି ଡବଲ୍ସରେ ହାତେଇଥିଲେ ସ୍ୱର୍ଣ୍ଣ ପଦକ। ଭାରତୀୟ ଯୋଡ଼ି ନିତେଶ କୁମାର-ତରୁଣଙ୍କୁ ୧୪-୨୧, ୨୧-୧୫ ଓ ୨୧-୧୬ ସେଟରେ ପରାସ୍ତ କରିଥିଲେ ପ୍ରମୋଦ-ମନୋଜ ଯୋଡ଼ି। ସଫଳତା ପରେ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁଣି ଥରେ ରାଜ୍ୟକୁ ଗର୍ବିତ କରିଥିବାରୁ ଟ୍ଵିଟ୍‌ କରି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ଆହୁରି ପଢନ୍ତୁ: ମହିଳାଙ୍କ ବେକରୁ ଦାମୀ ସୁନା ଚେନ୍‌ ଛିଣ୍ଡାଇନେଲା ଲୁଟେରା, ଧୁମ୍‌ କଦଳୀ ଖୁଆଇଲା ପୋଲିସ, ଜାଣନ୍ତୁ କାହିଁକି

ଓଡ଼ିଆ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ବରଗଡ଼ ଜିଲ୍ଲା ଅତାବିରା ବାସିନ୍ଦା। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ଓ ଦେଶ ପାଇଁ ଅନେକ ପଦକ ଆଣିଛନ୍ତି। ୨୦୦୨ ମସିହାରେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ ପ୍ରମୋଦ ଭଗତ। ତାପରଠୁ ଚଢ଼ି ଚାଲିଛନ୍ତି ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ। ୨୦୧୭ରେ ଓ୍ଵାର୍ଲଡ ପାରା ଚାମ୍ପିଅନସିପରେ ବ୍ରୋଞ୍ଜ ଜିତିଥିଲେ ପ୍ରମୋଦ। ୨୦୧୬ରେ ଏସିଆନ୍‌ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପର ସିଙ୍ଗଲ୍ସ ଓ ଡବଲ୍ସରେ ବ୍ରୋଞ୍ଜ ଜିତିଥିଲେ। ୨୦୧୫ରେ ପାରା ବ୍ୟାଡମିଣ୍ଟନ ଓ୍ଵାର୍ଲଡ ଚାମ୍ପିଅନସିପରେ ଡବଲ୍ସରେ ସ୍ୱର୍ଣ୍ଣ ଓ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଥିଲେ ପ୍ରମୋଦ ଭଗତ। ସେହିପରି ଗତ ଫେବ୍ରୁଆରୀରେ ଶାରଜାହରେ ଅନୁଷ୍ଠିତ IWAS ଓ୍ଵାର୍ଲଡ ଗେମ୍ସ ବ୍ୟାଡମିଣ୍ଟନରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ ପ୍ରମୋଦ । ନିକଟରେ ତାଙ୍କ ନାଁକୁ ଅର୍ଜୁନ ପୁରସ୍କାର ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

 

Leave A Reply

Your email address will not be published.