ବାକ୍ସରୁ ଲିପଷ୍ଟିକ୍‌ ପାଇଲେ ସ୍ତ୍ରୀ, ସ୍ୱାମୀ କହିଲେ, ‘ମୋତେ ମହିଳା ହେବାର ଅଛି, କରିବି ସର୍ଜରୀ’

ଅଚାନକ୍‌ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବାକ୍ସରୁ ଏକ ଲିପଷ୍ଟିକ୍‌ ପାଇଥିଲେ। ଆଉ ଏହାପରେ ମହିଳାଙ୍କ ସନ୍ଦେହ ହୋଇଥିଲା ଯେ ଅନ୍ୟ କୌଣସି ମହିଳାଙ୍କ ସହ ସ୍ୱାମୀଙ୍କର ସମ୍ପର୍କ ରହିଛି। କିନ୍ତୁ ପରେ ସତ୍ୟତା ଯାହା ବାହାରିଥିଲା, ତାହା ତାଙ୍କୁ ଚକିତ କରିଦେଇଥିଲା। ହାତରେ ଲିପଷ୍ଟିକ୍‌ ଲାଗିବା ପରେ ଯେତେବେଳେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରିଥିଲେ, ସେତେବେଳେ ସତ ଲୁଚିପାରି ନ ଥିଲା। ବ୍ୟକ୍ତି ଜଣକ କହିଥିଲେ, ସେ ନିଜକୁ ମହିଳା ରୂପରେ ଦେଖିବାକୁ ଚାହୁଁଛନ୍ତି। ତେଣୁ ଲିଙ୍ଗ ପରିବର୍ତ୍ତନ କରି ସର୍ଜରୀ କରିବେ।

PIC2

ଏହାସହ ପଢ଼ନ୍ତୁ: ଋଣ ସୁଝିନପାରି ବିକିବେ ଶରୀରର ଅଙ୍ଗ, ସୋସିଆଲ ମିଡ଼ିଆରେ ଦେଲେ ବିଜ୍ଞାପନ

ବ୍ରିଟେନର କାର୍ଡିଫ୍‌ ସହରରେ ରହୁଥିବା ୩୭ ବର୍ଷୀୟା କେଲି ଏଲେନ୍‌ ଏବଂ ତାଙ୍କ ୩୮ ବର୍ଷୀୟ ସ୍ୱାମୀ ଓ୍ଵାରେନ୍‌ ଗତ ୧୧ ହେବ ବୈବାହିକ ଜୀବନ ବିତାଉଛନ୍ତି। ସେମାନଙ୍କର ୨ଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ବିବାହ ପୂର୍ବରୁ ଏଲେନଙ୍କୁ ସ୍ୱାମୀ ଓ୍ଵାରେନଙ୍କ ବିଷୟରେ ଏଭଳି କଥା ଜଣା ନ ଥିଲା। ତେବେ ସ୍ୱାମୀଙ୍କ ଇଚ୍ଛା ଜାଣିବା ପରେ ଏଲେନ୍‌ ନିଷ୍ପତ୍ତି ନେଇଥିଲେ ଯେ ସେ ଓ୍ଵାରେନଙ୍କ ଲିଙ୍ଗ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବେ। ଏପରି କି, ସର୍ଜରୀ ପରେ ସେ ତାଙ୍କ ସହିତ ରହିବେ। ଜେଣ୍ଡର ପରିବର୍ତ୍ତନ ପରେ ଦୁହେଁ ପୁଣିଥରେ ସମଲିଙ୍ଗୀ ଭାବେ ବିବାହ କରିବେ। ଦୀର୍ଘଦିନରୁ ମହିଳା ହେବାକୁ ଇଚ୍ଛା ରଖିଥିବା ଓ୍ଵାରେନ୍‌ ଚାହୁଁଛନ୍ତି, ଲୋକେ ତାଙ୍କୁ ‘ଜୋଏ’ ନାମରେ ଡାକନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.