ଇଂଲଣ୍ଡ ଦଳରେ ‘ଓଲୀ ପପ୍‌’

ଲଣ୍ଡନ : ନାଁଟି ତାଙ୍କର ଓଲୀ ପପ୍‌ । ଠିକ୍‌ ଲଲି ପପ୍‌ ଭଳି ଶୁଭୁଛି । ସେ ବି ସେହିଭଳି ଦେଖାଯାଉଛନ୍ତି । ହେଲେ ଏହି ୨୦ ବର୍ଷର ଯୁବକଙ୍କ ଚେହେରାରେ ଯାଆନ୍ତୁ ନାହିଁ । ଇଏ ଜଣେ ବିପଜ୍ଜନକ ବ୍ୟାଟ୍‌ସମ୍ୟାନ୍‌ । ୯ ତାରିଖରୁ ଲର୍ଡ଼ସରେ ଖେଳାଯିବାକୁ ଥିବା ଭାରତ ସହ ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡର ୧୩ ଜଣିଆ ଦଳରେ ସାମିଲ ହୋଇଛନ୍ତି ଓଲୀ ପପ୍‌ । ପ୍ରଚଣ୍ଡ ପ୍ରତିଭାବାନ୍‌ ଖେଳାଳି । ନିକଟରେ କାଉଣ୍ଟି କ୍ରିକେଟ୍‌ରେ ତାଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁଁ ତାଙ୍କୁ ଟେଷ୍ଟ ଦଳରେ ପ୍ରଥମଥର ସାମିଲ କରାଯାଇଛି । ସେ ଡିଭିଜନ୍‌-୧ରେ ସର୍ବାଧିକ ସ୍କୋରର ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହି ସିଜିନ୍‌ରେ ସେ ୮୫.୫୦ ହାରରେ ୬୮୪ ରନ୍‌ ସ୍କୋର କରିଛନ୍ତି । ଗତ ବର୍ଷ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଖେଳ ଆରମ୍ଭ କରିଥିଲେ । ଓଲୀ ସରେ ଟିମ୍‌ ପକ୍ଷରୁ ଖେଳନ୍ତି । ଓ୍ଵିକେଟ୍‌ କିପିଂ ମଧ୍ୟ କରନ୍ତି । ସେ ଇଂଲଣ୍ଡର ଜୁନିୟର ଟିମ୍‌ ପାଇଁ ଖେଳି ସାରିଛନ୍ତି । ଏହି ଦୁର୍ଦ୍ଧର୍ଷ ବ୍ୟାଟ୍‌ସମ୍ୟାନ୍‌ ଯଦି ଇଂଲଣ୍ଡର ୧୧ ଜଣିଆ ଦଳରେ ସ୍ଥାନ ପାଆନ୍ତି ତେବେ ଭାରତ ପାଇଁ ଭାରି ପଡ଼ିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.