ମ୍ୟାଚ ପୂର୍ବ ଦିନ ରାତିରେ ପାକ ଟିମ ପିଜା ଓ ବର୍ଗର ଖାଇ ମଉଜ କରୁଥିଲେ, ହାରିବା ପରେ ନିଜ ଦେଶରେ ଟ୍ରୋଲ ପାକିସ୍ତାନ ଖେଳାଳି

ବିଶ୍ୱକପ କ୍ରିକେଟ ମହାଯୁଦ୍ଧରେ ଭାରତ ଠାରୁ ପରାଜୟ ପରେ ପାକିସ୍ତାନରେ ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି । ଆରମ୍ଭ ହୋଇଛି ଟୁଇଟର ଓ୍ଵାର । ଖାଲି ଓ୍ଵାର ନୁହେଁ ଭାରତ ସହ ମୁହାଁମୁହିଁ ହେବା ପୂର୍ବରୁ ପାକ ଖେଳାଳିମାନେ କିଭଳି ନିଜକୁ ପ୍ରସ୍ତୁତ କରିଥିଲେ ତାର ଖୁଲାସା କରିଛି ପାକ ମିଡିଆ । ଭାରତ ସହ ମହା ଲଢେଇ ପୂର୍ବରୁ ପାକିସ୍ତାନ ଖେଳାଳିମାନେ ବାର୍‌ରେ ନଜର ଆସିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ପାକ କ୍ରିକେଟର ହୁକ୍କା ଟାଣୁଥିବା ଦେଖାଦେଇଛି । ଭିିଡିଓରେ ସୋଏବ ମଲ୍ଲିକଙ୍କ ସମେତ ଅନ୍ୟ ଖେଳାଳିଙ୍କୁ ଦେଖିବାକୁ ମିଳିଛି । ସୋଏବ ଓ ବାକି ପାକ ଖେଳାଳି ପିଚକୁ ଆସବାର ୭ଘଣ୍ଟା ପୂର୍ବରୁ ମଞ୍ଚେଷ୍ଟରର ଏକ ବାରରେ ବସି ହୁକ୍କା ଟାଣୁଥିବାର ନଜରରେ ଆସିଛନ୍ତି । ଏପରିକି ମ୍ୟାଚ ବେଳେ ସରଫରାଜ ହାଇ ମାରିବାର ଫଟୋ ଓ ଭିଡିଓ ବି ସୋସିଆଲ ମିଡିଆରେ ଘୂରି ବୁଲୁଛି । ମ୍ୟାଚ ପୂର୍ବ ଦିନ ରାତିରେ ପାକ ଟିମ ପିଜା ଓ ବର୍ଗର ଖାଇ ମଉଜ କରିଥିବା ପାକ ଫ୍ୟାନ କହିଛନ୍ତି ।

କେବଳ ଫ୍ୟାନ ନୁହଁ ଟିମ ଇଣ୍ଡିଆ ଠାରୁ ଲଜ୍ଜାଜନକ ପରାଜୟ ପାଇଁ ପାକ ଟିମ ଓ ଅଧିନାୟକ ସରଫରାଜ ଅମମ୍ମଦଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କ୍ରିକେଟର ତଥା ରାଓ୍ଵଲପିଣ୍ଡି ଏକ୍ସପ୍ରେସ ସୋଏବ ଅଖତାର । କହିଛନ୍ତି, ୧୦ମ ଶ୍ରେଣୀ ଛାତ୍ରଙ୍କ ପରି ସରଫରାଜ କ୍ୟାପ୍ଟେନିଂ କରୁଥିଲେ । ତାଙ୍କ ବ୍ରେନଲେସ କ୍ୟାପଟେନିଂ ଯୋଗୁଁ ପାକିସ୍ତାନ ହାରିଲା ।

ଗତକାଲି ମ୍ୟାଚର ହିରୋ ଥିଲେ ଭାରତର ରୋହିତ ଶର୍ମା । ୧୧୩ ଟି ବଲରେ ୧୪ଟି ଚୌକା, ୩ଟି ଛକା ସହ ୧୪୦ରନ୍‌ କରିଥିଲେ । ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତଙ୍କୁ କିଛି ସାମ୍ବାଦିକ ପଚାରିଥିଲେ ଏଭଳି ପରିସ୍ଥିତିରୁ ପାକିସ୍ତାନ କିପରି ମୁକୁଳିବ । ଜବାବରେ ରୋହିତ ହସି କହିଥିଲେ ପାକ ଟିମର କୋଚ୍‌ ହେଲେ ହିଁ ସେ ଏହି ପ୍ରଶ୍ନର ସଠିକ ଉତ୍ତର ଦେଇପାରିବେ ।

ଭାରତ ଠାରୁ ଶୋଚନୀୟ ପରାଜୟ ପରେ ପାକ ଅଧିନାୟକ ସରଫରାଜ ଅମମ୍ମଦ ଆଣ୍ଡ କୋଙ୍କ ଟେନସନ ବଢିବାରେ ଲଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.