Below header

ଜେ. ପି. ନଡ୍ଡା ହେଲେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ, ପୂର୍ବ ଭଳି ଅମିତ ଶାହ ରହିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ : ଜେ. ପି. ନଡ୍ଡା ହେଲେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ । ବିଜେପି ସଂସଦୀୟ ଦଳ ବୈଠକରେ ଆଲୋଚନା ପରେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ତେବେ ପୂର୍ବ ଭଳି ଅମିତ ଶାହ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିବେ। ଅମିତ ଶାହ କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ଏବେ ଜେ. ପି. ନଡ୍ଡାଙ୍କ କାନ୍ଧରେ ଦଳ ଦେଇଛି ଗୁରୁ ଦାୟିତ୍ୱ । କୁହାଯାଉଛି, ଆଗାମୀ ୬ ବର୍ଷ ପାଇଁ ଶାହ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ସମ୍ଭାଳିବେ। ତାଙ୍କ ତତ୍ତ୍ୱାବଧାନରେ ବିଜେପିର ଦୈନନ୍ଦିନ ବ୍ୟାପାର ବୁଝିବେ ନଡ୍ଡା। ନୂଆ ନିଯୁକ୍ତି ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଅଭିନନ୍ଦନ ଜଣାଇଛନ୍ତି। ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଜେ. ପି. ନଡ୍ଡାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନଥିଲା। ସେବେଠାରୁ ଚର୍ଚ୍ଚା ହେଉଥିବା ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇ ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.