ସୋସିଆଲ ମିଡିଆରେ ବ୍ଲୁ କ୍ୟାମ୍ପେନ କଲେ ସୁଦାନ ବାସୀ, ଏମିତି ଦେଲେ ସ୍ଲୋଗାନ

ଉତ୍ତର ଆଫ୍ରିକାର ସୁଦାନ ବାସୀ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବ୍ଳୁ ଅଭିଜାନ ଚଳାଇଛନ୍ତି। ବ୍ୟବହାରକାରୀ ଲୋକତନ୍ତ୍ର ଓ ଦେଶ ପକ୍ଷରେ ହାସ ଟ୍ୟାଗ୍ କରି ବ୍ଲୁ ଫର ସୁଦାନ ଲେଖି ଫଟୋ ସେୟାର କରୁଛନ୍ତି। ଟ୍ବିଟରରେ ବ୍ୟବହାର କାରୀ ମଧ୍ୟ ନିଜ ପ୍ରୋଫାଇଲ ଫଟୋରେ ନୀଳ ରଙ୍ଗର ଫଟୋ ଅପଲୋଡ କରୁଛନ୍ତି।ଏହି ଅଭିଜାନ ମୃତ ମହମ୍ମଦ ମନ୍ତାରଙ୍କୁ ସମର୍ଥନ ଜଣାଇ କରାଯାଉଛି । ମନ୍ତାର ୩ଜୁନରେ ଦୁଇ ମହିଳାଙ୍କୁ ରକ୍ଷା କରିବାକୁ ଯାଇ ସୁରକ୍ଷା ବଳଙ୍କ ଦ୍ବାରା ନିହତ ହୋଇଥିଲେ।

 

 

 

୨୬ ବର୍ଷିୟ ମନ୍ତାରଙ୍କ ସାଙ୍ଗ ସର୍ବପ୍ରଥମେ ନିଜର ଟ୍ବିଟର ଆକାଉଣ୍ଟ ପ୍ରୋଫାଇଲରେ ସେହି ନୀଳ ଫଟୋ ଲଗାଇଥିଲେ ଯାହା ମନ୍ତରଙ୍କ ଇଂଷ୍ଟାଗ୍ରାମରେ ଅପଲୋଡ ଥିଲା। ଏହି ଅଭିଯାନ ୧୧ ଜୁନରୁ ଆରମ୍ଭ ହୋଇଥିଲା। ଏହି ଦିନଠାରୁ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ମନ୍ତରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇ ଏହିଭଳି ଫଟୋ ନିଜ ପ୍ରୋଫାଇଲରେ ରଖୁଛନ୍ତି। ସେଠାକାର ଲୋକମାନେ ମନ୍ତରଙ୍କୁ ସହିଦୀର ଦରଜା ଦେଇଛନ୍ତି। ଏହି ଅଭିଜାନରେ ସେଲିବ୍ରେଟି ଗାୟକ ରିହାନା ବି ଯୋଗ ଦେଇଛନ୍ତି। ଏହା ପର ଠାରୁ ଏହି କ୍ୟାମ୍ପେନ ଦେଶସାରା ବ୍ୟାପି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.