ପାକିସ୍ତାନର ଦ୍ରୁତ ବୋଲର ଶାହୀନ ଶାହଙ୍କୁ ହୃଦୟ ଦେଇ ବସିଲେ ଶାହିଦ ଆଫ୍ରିଦୀଙ୍କ ବଡ଼ ଝିଅ, ବିବାହ ଖୁବ୍ଶୀଘ୍ର
ପାକିସ୍ତାନ କ୍ରିକେଟ ଟିମ୍ର ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦୀ ପୂର୍ବତନ କ୍ୟାପଟେନ ଶାହିଦ ଆଫ୍ରିଦୀଙ୍କ ଜ୍ୱାଇଁ ହେବାକୁ ଯାଉଛନ୍ତି। ଶାହୀନଙ୍କ ବିବାହ ଶାହିଦ ଆଫ୍ରିଦୀଙ୍କ ବଡ଼ ଝିଅ ଅକ୍ସାଙ୍କ ସହିତ ହେବ। ଏ ନେଇ ଆଫ୍ରିଦୀ ନିଜେ ହିଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶାହୀନଙ୍କ ପରିବାର ଔପଚାରିକ ଭାବେ ତାଙ୍କ ଝିଅ ସହିତ ବିବାହ କରେଇବା ପାଇଁ ସମ୍ପର୍କ କରିଥିଲେ। ଦୁଇ ପରିବାର ଏଥିରେ ସହମତ ଅଛନ୍ତି। ଦୁଇ ଜଣଙ୍କର ନିର୍ବନ୍ଧ ନେଇ ଖୁବ୍ଶୀଘ୍ର ଘୋଷଣା କରାଯିବ।
ଶାହୀନଙ୍କ ବାପା ଅୟାଜ ଖାନ୍ ମଧ୍ୟ ଏହା ଜଣାଇଛନ୍ତି। ସେ ଆଫ୍ରିଦୀଙ୍କ ପରିବାରକୁ ତାଙ୍କ ପୁଅ ପାଇଁ ପ୍ରସ୍ତାବ ପଠାଇଥିଲେ ଏବଂ ଏହାକୁ ସ୍ୱୀକାର ବି କରି ନିଆଯାଇଛି। ଅୟାଜ ଖାନ୍ କହିଛନ୍ତିି, ଆମେ ବହୁତ ଖୁସି ଅଛୁ। ଉଭୟ ପରିବାର ବିଗତ କିଛି ମାସ ହେବ ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି। ତାରିଖ ଜଲ୍ଦି ଘୋଷଣା କରାଯିବ।
କହି ରଖୁଛୁ, ଅକ୍ସା, ଶାହିଦ ଆଫ୍ରିଦୀଙ୍କ ବଡ଼ ଝିଅ। ୨୦୦୧ ଡିସେମ୍ବର ୧୫ରେ ତାଙ୍କର ଜନ୍ମ। ସେ ନିଜର ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତେବେ ଶାହିଦ ଆଫ୍ରିଦୀ ନିଜ ଝିଅମାନଙ୍କୁ ଲାଇମ୍ଲାଇଟଠୁ ଦୂରେଇ ରଖନ୍ତି। କିନ୍ତୁ ପାକିସ୍ତାନ ସୁପର ଲିଗ୍(ପିଏସ୍ଏଲ୍) ମ୍ୟାଚ୍ ବେଳେ ଅନେକ ଥର ତାଙ୍କ ଝିଅମାନଙ୍କ ଫଟୋ କ୍ୟାମେରାରେ କଏଦ ହୋଇଛି। ଆଫ୍ରିଦୀଙ୍କର ୫ ଝିଅ ଅଛନ୍ତି। ଗତବର୍ଷ ଫେବୃଆରୀରେ ତାଙ୍କର ୫ମ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ସେ ନିଜ ସାନ ଝିଅ ସହିତ ଫଟୋ ମଧ୍ୟ ଇନ୍ଷ୍ଟାଗ୍ରାମରେ ଶେୟାର କରିଥିଲେ।
Shaheen’s family approached my family for my daughter. Both families are in touch, matches are made in heaven, if Allah wills this match will be made too. My prayers are with Shaheen for his continued success on and off the field.
— Shahid Afridi (@SAfridiOfficial) March 7, 2021