Below header

ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କଲା ପାକିସ୍ତାନ

ବିଶ୍ବକପ୍ କ୍ରିକେଟର ୩୨ତମ ମ୍ୟାଚ୍ ରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି ପାକିସ୍ତାନ। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ।

ବିଶ୍ବକପ୍ କ୍ରିକେଟର ୩୨ତମ ମ୍ୟାଚ୍ ରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି ପାକିସ୍ତାନ। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ଦଳ ୪୬ତମ ଓଭରରେ ମାତ୍ର ୨୦୪ ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ଦଳ ପକ୍ଷରୁ ମହମ୍ମଦୁଲ୍ଲା ସର୍ବାଧିକ ୫୬ ଓ ସାକିବ ଅଲ୍ ହାସନ ୪୩ ରନ୍ କରିଥିଲେ।

ଜବାବରେ ୨୦୫ ରନ୍ ର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ମାତ୍ର ୩ ୱିକେଟ ବିନିମୟରେ ୩୩ତମ ଓଭରରେ ହାସଲ କରିନେଇଥିଲା। ପାକିସ୍ତାନ ପକ୍ଷରୁ ଅବଦ୍ଦୁଲ୍ଲା ସାଫିକ୍ ୬୮ ଓ ଫକର ଜମାନ ସର୍ବାଧିକ ୮୧ ରନ୍ କରିଥିଲେ। ଏହି ବିଜୟ ସହ ପାକିସ୍ତାନ ମୋଟ୍ ୭ଟି ମ୍ୟାଚ୍ ରୁ ୩ଟି ବିଜୟ ସହ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.