ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ, ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ

ଥାଇଲାଣ୍ଡରେ ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଖେଳାଯାଉଛି । ଆଜି ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଫାଇନାଲ୍ ଲଢେଇ ଇଂଲଣ୍ଡର ବେଥଲ ଏବଂ ପ୍ରମୋଦ ଭଗତଙ୍କ ମଧ୍ୟରେ ହୋଇଥିଲା । ପ୍ରମୋଦ ଡାନିଏଲଙ୍କୁ ୧୪-୨୧, ୨୧-୧୫, ୨୧-୧୪ ସେଟରେ ହରାଇଛନ୍ତି ।

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ପ୍ରମୋଦ ଭଗତ । ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ୍ ବେଥଲଙ୍କୁ ହରାଇ ଚାମ୍ପିଅନ୍ ହୋଇଛନ୍ତି ।  ସେ ଡାନିଏଲଙ୍କୁ ୧୪-୨୧, ୨୧-୧୫, ୨୧-୧୪ ସେଟରେ ହରାଇଛନ୍ତି । ଏହି ବିଜୟ ସହ ପ୍ରମୋଦ ଭଗତ ପଞ୍ଚମ ଥର ପାଇଁ ବିଶ୍ୱ ପାରା ବ୍ୟାଡମିଣ୍ଟନ ଟାଇଟଲ୍ ଜିତିଛନ୍ତି ।

ଚଳିତ ବର୍ଷ ଥାଇଲାଣ୍ଡରେ ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଖେଳାଯାଉଛି । ଆଜି ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଫାଇନାଲ୍ ଲଢେଇ ଇଂଲଣ୍ଡର ବେଥଲ ଏବଂ ପ୍ରମୋଦ ଭଗତଙ୍କ ମଧ୍ୟରେ ହୋଇଥିଲା । ଉଭୟଙ୍କ ମଧ୍ୟରେ ମ୍ୟାଚ୍‌ ୧ ଘଣ୍ଟା ୪୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ।

ପ୍ରମୋଦ ଭଗତ ୨୦୦୯, ୨୦୧୫, ୨୦୧୯, ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । କେବଳ ପ୍ରମୋଦ ନୁହେଁ ଭାରତର ସୁହାସ ୟଥିରାଜ, ପ୍ରମୋଦ ଭଗତ, କୃଷ୍ଣା ନାଗର ଭଲ ପ୍ରଦର୍ଶନ କରିଛନ୍ତି । ସୁହାସ ୟଥିରାଜ ଇଣ୍ଡୋନେସିଆର ଫ୍ରେଡି ସୋତିୟାବାନଙ୍କୁ ୨୧-୧୮, ୨୧-୧୮ରେ ହରାଇଥିବା ବେଳେ କୃଷ୍ଣା ନାଗର ଚୀନର ନୀଲ ଲେନିଙ୍କୁ ୨୨-୨୦, ୨୨-୨୦ ସେଟରେ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.