ଆମେରିକା ଆରିଜୋନାରେ ବିଶ୍ୱ ମାତୃଭାଷା ଦିବସ ପାଳିତ, ଭାଗ ନେଲେ ଓଡ଼ିଶାର ପ୍ରତିନିଧି

ଆମେରିକାର ଆରିଜୋନା ରାଜ୍ୟର ଫୋନିକ୍ସ ସହରରେ ପାଳିତ ହୋଇଥିଲା ବିଶ୍ୱ ମାତୃଭାଷା ଦିବସ । ଏଥିରେ ଯୋଗ ଦେଲେ ଓଡିଶାର ପ୍ରତିନିଧି

() ଆମେରିକାର ଆରିଜୋନା ରାଜ୍ୟର ଫୋନିକ୍ସ ସହରରେ ପାଳିତ ହୋଇଥିଲା ବିଶ୍ୱ ମାତୃଭାଷା ଦିବସ ୨୦୨୪ । ବିଶ୍ୱର ବିଭିନ୍ନ ଦେଶର ପ୍ରତିନିଧିମାନେ ଏବଂ ଭାରତର ଅନେକ ରାଜ୍ୟର ପ୍ରବାସୀ ଭାରତୀୟଏହି ଉତ୍ସବରେ ଯୋଗ ଦେଇ ନିଜ ମାତୃଭାଷାର ପ୍ରତିନିଧିତ୍ୱ କରିଥିଲେ । ଏଥିରେ ଓଡିଶା ତଥା ଓଡ଼ିଆ ଭାଷାର ପ୍ରତିନିଧିତ୍ୱ କରିଥିଲେ ଉତ୍ତମ, ସୁବାଶିଷ, ମନରଜନ, ରୀତିସିନ୍ଧା, ସୋନାଲି ଓ କିଶୋର। ସେମାନେ ସମସ୍ତଙ୍କୁ ଓଡ଼ିଆ ଭାଷା ଏବଂ ଓଡିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନ ବିଷୟରେ ଅବଗତ କରାଇଥିଲେ । ଏହି ଅବସରରେ ସ୍ମରିତା, ମୋନାଲିସା, ତନୁଶ୍ରୀ ଓ ତୃପ୍ତି ପ୍ରମୁଖ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଥିଲେ ଆରିଜୋନା ରାଜ୍ୟର ରିପ୍ରେଜେଣ୍ଟେଟିଭ୍‌ ଜେନିଫର ପଲଲିକ, କେଭିନ ହଟିକେ ଓ ଟ୍ରେସି ଟ୍ରାଭିସ । ସେମାନେ ଓଡ଼ିଶାର କଳା ଓ ସଂସ୍କୃତିର ଅନେକ ପ୍ରଶଂସା କରିବା ସହ ପ୍ରତିନିଧିମାନଙ୍କୁ ସାଧୁବାଦ ଜଣାଇଥିଲେ ।

ଆଗାମୀ ଦିନରେ ଆମେରିକାର ଅରିଜୋନା ରାଜ୍ୟର ପ୍ରବାସୀ ଓଡ଼ିଆମାନଙ୍କ ସଂସ୍ଥା “ଓଡ଼ିଆ ଆସୋସିଏସନ ଅଫ ଆରିଜୋନା”ର କର୍ମକର୍ତ୍ତାମାନେ ଓଡ଼ିଶାର କଳା, ସଂସ୍କୃତି ଏବଂ ପର୍ଯ୍ୟଟନର ପ୍ରଚାର ନିମନ୍ତେ ବିଭିନନ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ପଦକ୍ଷେପ ନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.