ପ୍ରମୋଦଙ୍କୁ ପୁଣି ଏକ ପୁରସ୍କାର, ଟାଇମ୍ସ ଅଫ୍ ଇଣ୍ଡିଆ ସ୍ପୋର୍ଟସ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର (କେନ୍ୟୁଜ) : ଟୋକିଓ ପାରା ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ତଥା ପଦ୍ମଶ୍ରୀ ସମ୍ମାନ ହାସଲକରିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ପୁଣି ଥରେ ଟାଇମ୍ସ ଅଫ୍ ଇଣ୍ଡିଆ ସ୍ପୋର୍ଟସ ଆୱାର୍ଡ (ଟିଓଆଇଏସ୍ଏ)ରେ ପାରା ବ୍ୟାଡମିଣ୍ଟନ୍ ପ୍ଲେୟାର୍ ଅଫ୍ ଦ ଇୟର୍ ବିବେଚିତ ହୋଇଛନ୍ତି।

ଶୁକ୍ରବାର ଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ପ୍ରମୋଦ ଗତବର୍ଷ ଟୋକିଓ ପାରା ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରମୋଦ ପ୍ରଥମ ଭାରତୀୟ ଭାବେ ପାରାଲିମ୍ପିକସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ପ୍ରଥମ ଭାରତୀୟ ଭାବେ ସେ ଏହି ଗୌରବ ଅର୍ଜନ କରିଥିଲେ। ଚଳିତ ମାସରେ ଟୋକିଓରେ ଖେଳାଯିବାକୁ ଥିବା ବିଶ୍ବ ପ୍ରତିଯୋଗିତା ଲାଗି ପ୍ରମୋଦ ସମ୍ପ୍ରତି ବେଙ୍ଗାଲୁରୁଠାରେ ନିଜକୁ ପ୍ରସ୍ତୁତ କରୁଛନ୍ତି। ‘ଠିକଣା ସମୟରେ ମୁଁ ଏଭଳି ସମ୍ମାନ ପାଇଥିବାରୁ ଗର୍ବିତ।

ବିଶ୍ବ ପ୍ରତିଯୋଗିତା ପୂର୍ବରୁ ଏହା ମୋ ମନୋବଳକୁ ବଢ଼ାଇଛି ଏବଂ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତି ଗୌରବ ଆଣିବାକୁ କଠିନ ପରିଶ୍ରମ କରୁଛି’ ବୋଲି ପ୍ରକାଶ କରିଛନ୍ତି ପ୍ରମୋଦ। ୫ ଥର ବିଶ୍ବ ବ‌ିଜେତା ହୋଇଥିବା ପ୍ରମୋଦ ଏଥର ଟୋକିଓରେ ଷଷ୍ଠ ସ୍ବର୍ଣ୍ଣ ଯୋଡ଼ିବା ଆଶାରେ ରହିଛନ୍ତି। ପ୍ରମୋଦଙ୍କ ଭଳି ଅନ୍ୟ କୌଣସି କ୍ରୀଡ଼ାବିତ୍ ମଧ୍ୟ ଏତେ ପ୍ରାଧାନ୍ୟ ବିସ୍ତାର କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.