ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀ ମୃତ୍ୟୁ ଘଟଣା, ୩ ଗିରଫ

କାମାକ୍ଷାନଗର(କେନ୍ୟୁଜ୍): ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ୩ ଗିରଫ। ଗିରଫ ଅଭିଯୁକ୍ତ ହେଲେ ରାଙ୍କିଆ ଗାଁର ମାଝୀ ପାତ୍ର ,ମାନସ ପାତ୍ର ଓ ରମେଶ ମାଟିଆ । ବିଦ୍ୟୁତ ତାର ବିଛାଇ ପଶୁ ଶିକାର କରି ଆସୁଥିଲେ ଏହି ଅଭିଯୁକ୍ତ ।

ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରାଙ୍କିଆ ଗାଁ କଇଁଥଗୋଡା ନିକଟରେ ହାତୀର ମୃତ୍ୟୁ ଘଟିଥିଲା। ଦନ୍ତା ମୃତ୍ୟୁକୁ ନେଇ ବନ ବିଭାଗ ତଦନ୍ତ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କଇଁଥଗୋଡା ଚାଷ ଜମି ପାଖରେ ଥିବା ଟ୍ରାନ୍ସଫର୍ମରରୁ ହୁକ ପକାଇ ପଶୁ ଶିକାର କରୁଥିଲେ ଅଭିଯୁକ୍ତ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.