ଆଇପିଏଲ : ସଂଜୁ ଶାମ୍ସନଙ୍କ ଜୋରଦାର ଶତକ ସତ୍ୱେ ପଞ୍ଜାବ ଠାରୁ ୪ ରନରେ ହାରିଗଲା ରାଜସ୍ଥାନ

ମୁମ୍ବାଇ : ଆଜି ଆଇପିଏଲ୍‌ରେ ପରସ୍ପରକୁ ଭେଟିଛନ୍ତି କିଙ୍ଗସ ପଞ୍ଜାବ ଏକାଦଶ ଏବଂ ରାଜସ୍ଥାନ ରୟାଲ୍‌ସ । ଆଜିର ମ୍ୟାଚ୍‌ରେ ରାଜସ୍ଥାନକୁ ପଞ୍ଜାବ ହରାଇଛି । ଅଧିନାୟକ ସଂଜୁ ଶାମ୍ସନଙ୍କ ଜୋରଦାର ଶତକ ସତ୍ୱେ ପଞ୍ଜାବ ଠାରୁ ୪ ରନରେ ହାରିଗଲା ରାଜସ୍ଥାନ । ତାଙ୍କର ସବୁ ସାଥୀ ଅଳ୍ପ ରନରେ ଆଉଟ ହୋଇଥିବା ବେଳେ ସଂଜୁ ଦମ ଦେଖାଇଲେ । ଶେଷ ପର‌୍ୟ୍ୟନ୍ତ ଲଢ଼ିଲେ, ହେଲେ ୨୦ ଓଭର ଶେଷରେ ରାଜସ୍ଥାନ କଲା ୭ ଉଇକେଟରେ ୨୧୭ ରନ । ସଂଜୁ ୬୩ ବଲରେ ଅପରାଜିତ ୧୧୯ ରନ କଲେ. ୧୨ ଚୌକା, ୭ ଛକା ମାରିଲେ, ତଥାପି ଦଳକୁ ଜିତାଇ ପାରିଲେ ନାହିଁ ।

RAHUL
Source-financial express

ରାଜସ୍ଥାନ ରୟାଲ୍‌ସ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା । ଅନ୍ୟପକ୍ଷରେ ପଞ୍ଜାବ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା । ଅନେକ ଦିନ ପରେ ଦେଖିବାକୁ ମିଳିଲା କ୍ରିସ୍‌ ଗେଲ୍‌ଙ୍କ ବ୍ୟାଟିଂ ପାଓ୍ଵାର । ତାଙ୍କୁ ସାଥ୍‌ ଦେଇଥିଲେ ଅଧିନାୟକ କେଏଲ୍‌ ରାହୁଲ । ତେବେ ଗେଲ୍‌ ୨୮ ବଲ୍‌ରେ ୪୦ ରନ୍‌ (୪ ଚୌକା ଓ ୨ ଛକା) କରି ଆଉଟ୍‌ ହୋଇଗଲେ । ପୂର୍ବରୁ ମୟଙ୍କ ଅଗ୍ରଓ୍ଵାଲ ୧୪ ରନ୍‌ କରିଥିଲେ । ଦୀପକ ହୁଡା ଓ ରାହୁଲଙ୍କ ଯୋଡ଼ି ଦଳର ସ୍ଥିତିକୁ ଦୃଢ଼ କରିଥିଲା । ଦୀପକ ହୁଡା ଓ ରାହୁଲଙ୍କ ଯୋଡ଼ି ଦଳର ସ୍ଥିତିକୁ ଦୃଢ଼ କରିଥିଲା । ରାହୁଲ ଓ ହୁଡା ତୃତୀୟ ଓ୍ଵିକେଟ୍‌ରେ ୧୦୫ ରନ୍‌ ଯୋଡ଼ିଥିଲେ । ହୁଡା ମାତ୍ର ୨୮ ବଲ୍‌ ଖେଳି ୪ ଚକା ଓ ୬ଟି ଛକା ମାରି ୬୪ ରନ୍‌ କରିଥିଲେ । ରାହୁଲ ୯୧ ରନ କରିଥିଲେ । ପଞ୍ଜାବ ୬ ଉଇକେଟ ହରାଇ ୨୨୧ ରନ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.