ଆଇପିଏଲ : ମୟଙ୍କ ଅଗ୍ରୱାଲଙ୍କ ଶତକ ବେକାର, ରାଜସ୍ଥାନ ରୟାଲସ ଠାରୁ କିଙ୍ଗସ ଏକାଦଶ ପଂଜାବ ୪ ଉଇକେଟରେ ପରାସ୍ତ

ଶାରଜା : ସଂଜୁ ସାମସନ ମାତ୍ର ୪୨ ବଲରେ ୮୫ ରନ କଲେ ଆଉ କିଙ୍ଗସ ଏକାଦଶ ପଂଜାବକୁ ୪ ଉଇକେଟରେ ପରାସ୍ତ
କଲା ରାଜସ୍ଥାନ ରୟାଲସ । ଆଜି ଆଇପିଏଲରେ ସଂଜୁଙ୍କ ବ୍ୟାଟିଂ କମାଲ ପଞ୍ଜାବକୁ ହରାଇ ଦେଇଛି । ୪ ଚୌକ ଓ ୭ଟି ଛକା ମାରିଥିବା ସଂଜୁ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି ।
ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨ ଉଇକେଟରେ ୨୨୩ ରନ କରିଥିଲା । ଓପନର ମୟଙ୍କ ଅଗ୍ରୱାଲ ମାତ୍ର ୫୦ ବଲରେ ୧୦୬ ରନ କରିଥିଲେ । ତାଙ୍କ ବିସ୍ଫୋରକ ଇନିଂସରେ ୧୦ ଚୌକା ଓ ୭ଟି ଛକା ଥିଲା । ଅଧିନାୟକ କେ ଏଲ ରାହୁଲ ୫୪ ବଲରୁ ୬୯ ରନ କରିଥିଲେ । ଏମାନେ ପ୍ରଥମ ଉଇକେଟରେ ୧୮୩ ରନ ଯୋଡ଼ିଥିଲେ । ପୁରନ ୮ ବଲରୁ ୨୫ ରନ ସଂଗ୍ରହ କରିବା ଯୋଗୁ ପଂଜାବ ୨୦ ଓଭରରେ ଭଲ ସ୍କୋର କରି ପାରିଥିଲା ।
ହେଲେ ୨୨୪ ରନର ଟାର୍ଗେଟ ସଂଜୁ ସାମସନ, ସ୍ମିଥ (୨୭ ବଲରେ ୫୦ ରନ) ଏବଂ ତେୱଟିଆ (୩୧ ବଲରେ ୫୩ ରନ) ରାଜସ୍ଥାନ ପାଇଁ ସହଜ କରିଦେଇଥିଲେ । ଦଳ ୧୯.୩ ଓଭରରେ ୬ ଉଇକେଟ ହରାଇ୨୨୬ ରନ କରି ବିଜୟୀ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.