ନୀରବତା ଭାଙ୍ଗିରେ ରମିଜ ରାଜା, ‘ଚଢଉ କରିବା ଭଳି ନିଜ ଜିନିଷ ମଧ୍ୟ ନେବାକୁ ସମୟ ଦେଲେନି’

ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ପିସିବି ଅଧ୍ୟକ୍ଷ ରମିଜ ରାଜାଙ୍କ ସମେତ ସମସ୍ତ କମିଟିକୁ ବରଖାସ୍ତ କରାଯାଇଥିଲା। ଜାତୀୟ ଚୟନ କମିଟିକୁ ମଧ୍ୟ ହଟାଇ ଦିଆଯାଇଛି। ତେବେ ଏହାକୁ ନେଇ ରମିଜ ରାଜା ନୀରବତା ଭାଙ୍ଗିଛନ୍ତି। ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।

ରମିଜ ରାଜା କହିଛନ୍ତି, ‘ଏମାନେ କ୍ରିକେଟ ବୋର୍ଡକୁ ଆସି ଏପରି ଚଢାଉ କରିଥିଲେ ଯେ, ମୋତେ ମୋର ଜିନିଷ ମଧ୍ୟ ନେବାକୁ ସମୟ ଦେଇନଥିଲେ । କ୍ରିକେଟ ବୋର୍ଡରେ ସକାଳ ୯ଟାରୁ ୧୭ ଜଣ ସଦସ୍ୟ ଆସି ଚଢାଉ କରିବା ଭଳି ବ୍ୟବହାର କରିଥିଲେ । ଏହି ସମୟରେ ପାକିସ୍ତାନ କ୍ରିକେଟ୍ ଏବଂ ନୂତନ ଦାୟିତ୍ୱରେ ଥିବା ନଜାମ ସେଠୀଙ୍କ ଯତ୍ନ ନେବା ପାଇଁ ଗଠିତ ନୂତନ କମିଟି ଉପରେ ରମିଜ ରାଜା ମଧ୍ୟ ବୟାନ ଦେଇଥିଲେ ।ରମିଜ ରାଜା କହିଛନ୍ତି, ‘ସେହି ଲୋକମାନଙ୍କର କ୍ରିକେଟ୍ ପ୍ରତି ଆଗ୍ରହ ନାହିଁ। କ୍ରିକେଟ୍ ବୋର୍ଡ ତାଙ୍କୁ ଏକ ବଡ ସ୍ଥାନ ଦେଇଛି ଏବଂ ବର୍ତ୍ତମାନ ସେ କେବଳ ଲୋକଙ୍କୁ ତାଙ୍କ ନତମସ୍ତକ କରିବାକୁ ଚାହୁଁଛନ୍ତି।

ରମିଜ ରାଜା କହିଛନ୍ତି, ଜଣେ ବ୍ୟକ୍ତି ବୋର୍ଡକୁ ଆସି ସମଗ୍ର ପାକିସ୍ତାନ କ୍ରିକେଟ ବୋର୍ଡର ସମ୍ବିଧାନକୁ ବଦଳାଇଛନ୍ତି । ମୁଁ କେବେ ବି କେଉଁଠି ଏପରି ହେବା ଦେଖିନାହିଁ। ଯେତେବେଳେ ଅନ୍ୟ ଟିମ୍‌ ସବୁ ପାକିସ୍ତାନ ଆସିବା ଆରମ୍ଭ କଲେ, ସେତେବେଳେ ଆପଣ ଏହିସବୁ କଲେ । ତା’ ପରେ ମୁଖ୍ୟ ଚୟନ କର୍ତ୍ତାଙ୍କୁ ମଧ୍ୟ ବଦଳାଇ ଦିଆଗଲା। ମହମ୍ମଦ ଓ୍ଵାସିମ ଜଣେ ପୂର୍ବତନ ଟେଷ୍ଟ କ୍ରିକେଟର । ସେ ନିଜ କାମ ଠିକ୍‌ ଭାବେ କରୁଥିଲେ କି ନାହିଁ ତା’ ପରର କଥା। କିନ୍ତୁ ତାଙ୍କୁ ସମ୍ମାନର ସହିତ ବିଦାୟ ଦେବାର ଥିଲା ।

ରମିଜ ରାଜାଙ୍କୁ ପିସିବିର ଅଧ୍ୟକ୍ଷ ପଦରୁ ହଟାଇବା ପରେ ନଜମ ସେଠୀଙ୍କୁ ପାକିସ୍ତାନ କ୍ରିକେଟ କମିଟିର ଇନଚାର୍ଜ କରାଯାଇଛି। ୧୪ ଜଣିଆ କମିଟି ଆସନ୍ତା ୪ ମାସ ପର୍ଯ୍ୟନ୍ତ ପିସିବିର କାର୍ଯ୍ୟଭାର ସମ୍ଭାଳିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.