ସତ ନା ଗୁଜବ ? ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ

ବଲିଉଡ୍ ସେଲିବ୍ରିଟି ଏବଂ କ୍ରିକେଟ୍ ତାରକାଙ୍କ ମଧ୍ୟରେ ସଂପର୍କ ବହୁ ପୁରୁଣା । କିନ୍ତୁ କିଛି କ୍ଷେତ୍ରରେ ଏହି ସଂପର୍କ ଗସିପରୁ ଆଗକୁ ଯାଇପାରିନଥାଏ ଆଉ କିଛି କ୍ଷେତ୍ରରେ ଅଧାରୁ ଭାଙ୍ଗିଯାଇଥାଏ ସଂପର୍କ । ଏହା ସହ ଅନେକ ଯୋଡି ଅଛନ୍ତି ଯେଉଁମାନେ ସଫଳ ବୈବାହିକ ଜୀବନ ମଧ୍ୟ ଅତିବାହିତ କରିଛନ୍ତି । ତେବେ ଏହା ଭିତରେ ଆଉ ଏକ ପ୍ରେମକାହାଣୀ ଆସିଛି ସାମ୍ନାକୁ । ଶୁଣିବାକୁ ମିଳିଛି ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ ଜଣେ ବଲିଉଡ୍ ଅଭିନେତ୍ରୀଙ୍କ ସହ ଡେଟ୍ କରୁଛନ୍ତି ।

nimratଏହି ଅଭିନେତ୍ରୀ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ଇରଫାନ୍ ଖାନଙ୍କ ଲଂଚ ବକ୍ସ ଏବଂ ଅକ୍ଷୟ କୁମାରଙ୍କ ସହ ଏୟାର ଲିଫ୍ଟରେ କାମ କରିଥିବା ନିମରତ୍ କୌର୍ । ରିପୋର୍ଟ ଅନୁସାରେ ଗତ ଦୁଇ ବର୍ଷ ହେବ ରବି ଶାସ୍ତ୍ରୀଙ୍କ ସହ ସଂପର୍କ ରଖିଛନ୍ତି ୩୬ ବର୍ଷୀୟ ନିମରତ୍ । କିନ୍ତୁ ଆଜି ଯାଏଁ ନିଜ ସଂପର୍କକୁ ଏମିତି ଲୁଚାଇରଖିଥିଲେ ଉଭୟ ଏନେଇ କେହି ଟେର୍ ମଧ୍ୟ ପାଇ ପାରିନଥିଲେ । ଉଭୟଙ୍କ ସାକ୍ଷାତ ୨୦୧୫ରେ ଜର୍ମାନର ଏକ ଲଗଜୁରୀ କାରର ଲଂଚିଙ୍ଗ୍ ସମୟରେ ହୋଇଥିଲା । କୁହାଯାଉଛି ଏହି ଇଭେଂଟରୁ ହିଁ ଉଭୟଙ୍କ ସାକ୍ଷାତ ପ୍ରେମରେ ପରିବର୍ତ୍ତନ ହୋଇଗଲା ।

ବିବାହର ୨୨ ବର୍ଷ ପରେ ୨୦୧୨ରେ ପତ୍ନୀ ରିତୁ ସିଂହଙ୍କୁ ଛାଡପତ୍ର ଦେଇଥିଲେ ରବି ଶାସ୍ତ୍ରୀ । ଅନ୍ୟପଟେ ନମରିତ୍ ମଧ୍ୟ ସିଙ୍ଗଲ୍ ଅଛନ୍ତି । ତେବେ ଏହି ସମ୍ପର୍କ ବିଛେଦରେ କି ବିବାହରେ ପରିଣତ ହେବ ତାହା ସମୟ ଆସିଲେ ଜଣା ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.