ଆମେରିକା ଗଳିରେ ଡ୍ୟାନ୍ସ କରୁଛନ୍ତି ରବିନ୍ଦ୍ର ଜାଡେଜା, ପତ୍ନୀ ସେୟାର କଲେ ଭିଡିଓ

ଏସିଆ କପ୍‌ ଏବଂ ବିଶ୍ୱକପ ପୂର୍ବରୁ ପରିବାର ସହିତ ଛୁଟି କାଟୁଛନ୍ତି ଜାଡେଜା । ତେଣୁ ଆମେରିକାକୁ ପରିବାର ସହିତ ବୁଲିବାକୁ ଯାଇଛନ୍ତି । ସେଠାରେ ଜାଡେଜା ଡ୍ୟାନ୍ସ କରୁଥିବାର ଭିଡିଓ ପତ୍ନୀ ରିବାବା ସେୟାର କରିଛନ୍ତି ।

ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ଗସ୍ତରେ ରହି ଘରୋଇ ଦଳ ସହିତ ଟେଷ୍ଟ, ଦିନିକିଆ ସିରିଜ ଜିତିବା ପରେ ଏବେ ଟି-୨୦ ମ୍ୟାଚ୍‌ ଖେଳୁଛି ଟିମ୍‌ ଇଣ୍ଡିଆ । ଟି-୨୦ ସିରିଜର ଦୁଇଟି ମ୍ୟାଚ ହାରିସାରିଲାଣି ଭାରତ । ଆଉ ସେପଟେ ଟିମରୁ ବାଦ୍‌ ପଡିଥିବା ରବିନ୍ଦ୍ର ଜାଡେଜା ପରିବାର ସହିତ ଆମେରିକାରେ ଛୁଟି କାଟୁଛନ୍ତି । ଏସିଆ କପ୍‌ ଏବଂ ବିଶ୍ୱକପ ପୂର୍ବରୁ ଟିକେ ବିରତି ନେଇ ପରିବାର ସହିତ ସମୟ ଅତିବାହିତ କରୁଛନ୍ତି । ଆମେରିକା ଗଳିରେ ଛୁଟିର ମଜା ନେଉଛନ୍ତି ଜାଡେଜା ।

୩୪ ବର୍ଷୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପତ୍ନୀ ରିବାବା ଜାଡେଜାଙ୍କ ନୂଆ ଟ୍ୟାଲେଣ୍ଟକୁ ଫ୍ୟାନ୍ସକୁ ଦେଖାଇଛନ୍ତି । ରିବାବା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜାଡେଜାଙ୍କ ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଜାଡେଜା ‘ମୁକାବିଲା…ମୁକାବିଲା’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ରିବାବା ଏହି ଭିଡିଓକୁ ପୋଷ୍ଟ କରିବା ସହିତ କ୍ୟାପସନରେ ଲେଖିଛନ୍ତି, ମିଷ୍ଟରRJ ଙ୍କ ଲୁକ୍କାୟିତ ଟ୍ୟାଲେଣ୍ଟ ବିଷୟରେ ଜାଣିବାକୁ ମିଳିଲା ।

 

View this post on Instagram

 

A post shared by Rivaba Jadeja (@rivabajadeja)


ତେବେ ଜାଡେଜାଙ୍କ ଏହି ଭିଡିଓ ପୋଷ୍ଟ ହେବା ପରେ ଫ୍ୟାନ୍ସ ଲଗାତାର ନିଜର ପ୍ରତିକ୍ରିୟା ଦେଉଛନ୍ତି । ଯେଉଁଥିରେ ଜାଡେଜାଙ୍କ ନୂଆ ଟ୍ୟାଲେଣ୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ସେହିପରି ତାଙ୍କ ଡ୍ୟାନ୍ସ ମୁଭ୍ସକୁ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।

ଭାରତୀୟ ଟିମ୍‌ ୱେଷ୍ଟଇଣ୍ଡିଜ୍ ସହିତ ଖେଳିବା ପରେ ଆଗାମୀ ସିରିଜ ଆୟରଲ୍ୟାଣ୍ଡ ଗସ୍ତ କରିବ । ଏଠାରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ ଖେଳିବ । ଏଥିପାଇଁ ଯୁବ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି । ରବିନ୍ଦ୍ର ଜାଡେଜା ଏଥିରେ ଟିମରୁ ବାଦ୍‌ ପଡିଥିବା ବେଳେ ଏସିଆ କପରେ ନଜର ଆସିବେ । ଏହାଛଡା ବିଶ୍ୱକପ ୨୦୨୩ରେ ଟିମର ପ୍ରମୁଖ ଖେଳାଳି ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.