କପିଳ ଦେବଙ୍କ ଟିପ୍ପଣୀକୁ ନେଇ ଜବାବ ରଖିଲେ ରବିନ୍ଦ୍ର ଜାଡେଜା: ସମସ୍ତେ ନିଜର ମନ୍ତବ୍ୟ ଦେଇପାରିବେ, କିନ୍ତୁ ଟିମରେ ସେମିତି କିଛି ନାହିଁ

ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ନେଇ କପିଳ ଦେବ କରିଥିବା ସମାଲୋଚନାକୁ ନେଇ ମୁହଁ ଖୋଲିଛନ୍ତି ରବିନ୍ଦ୍ର ଜାଡେଜା । ଜାଡେଜା କହିଛନ୍ତି, ସମସ୍ତଙ୍କୁ କହିବାର ଅଧିକାର ରହିଛି । କିନ୍ତୁ ଟିମରେ ସେତିମି କିଛି ମନୋଭାବ ନାହିଁ ।

ଭାରତୀୟ ଖେଳାଳିଙ୍କୁ ନେଇ କପିଳ ଦେବ ଦେଇଥିବା ଟିପ୍ପଣୀକୁ ନେଇ ଜବାବ ଦେଇଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ସେ କପିଳଙ୍କ ସମାଲୋଚନାକୁ ଖଣ୍ଡନ କରିବା ସହିତ ସମସ୍ତ ଖେଳାଳି ବହୁତ ପରିଶ୍ରମ କରୁଛନ୍ତି ବୋଲି କହିଛନ୍ତି । କୌଣସି ଖେଳାଳି ଅହଂକାର ନେଇ ଖେଳୁନାହାନ୍ତି ନାହିଁ ବୋଲି ଜାଡେଜା କହିଛନ୍ତି ।

ଜାଡେଜା ଆହୁରି ମଧ୍ୟ କହିଛନ୍ତି, ବିଜୟ ପାଇବା ଏବଂ ଦେଶ ପାଇଁ ଗୌରବ ଆଣିବା ଦିଗରେ ଖେଳାଳିମାନେ ସମର୍ପିତ ଏବଂ ଦୃଢ ସଂକଳ୍ପବଦ୍ଧ। ପ୍ରତି ବ୍ୟକ୍ତିଙ୍କର ମତାମତ ଦେବା ଅଧିକାର ରହିଛି। ପୂର୍ବତନ ଖେଳାଳିମାନେ ସେମାନଙ୍କ ଭାବନାକୁ ବାଣ୍ଟିପାରିବେ। କିନ୍ତୁ ଖେଳାଳିଙ୍କ ଭିତରେ କୌଣସି ଅହଂକାର ଭାବନା ନାହିଁ । ପ୍ରତ୍ୟେକ ଖେଳାଳି କଠିନ ପରିଶ୍ରମ କରୁଛନ୍ତି । ନିଜର ଶତପ୍ରତିଶତ ଦେବାକୁ ଚେଷ୍ଟା କରୁଛନ୍ତି । ଟିମ୍‌ ମ୍ୟାଚ ହାରିଗଲେ ଏଭଳି ସମାଲୋଚନା ଶିକାର ହୁଏ ।

ଦିନିକିଆ ସିରିଜରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯିବା ପଛରେ କିଛି ବଡ ଉଦ୍ଦେଶ୍ୟ ରହିଥିବା ନିଶ୍ଚିତ । ମ୍ୟାନେଜମେଣ୍ଟ ଜାଣିଛି, କାହାକୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେବେ ଆଉ କାହାକୁ ଦେବ ନାହିଁ । ଏସିଆ କପ୍‌ ଏବଂ ବିଶ୍ୱକପ ପୂର୍ବରୁ ଟିମରେ ନୂଆ ଏକ୍ସପେରିମେଣ୍ଟ ହେଉଛି । ଏସିଆ କପ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହାକୁ ଆମେ ସେତେବେଳେ ବ୍ୟବହାର କରିପାରିବୁ । ଏସବୁ ଏସିଆ କପ୍‌ କିମ୍ବା ବିଶ୍ୱକପରେ ହୋଇପାରିବ ନାହିଁ ।

ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଲଜ୍ଜାଜନକ ପରାଜୟ ପାଇଁ ପୂର୍ବତନ ଅଧିନାୟକ କପିଳ ଦେବ ଟିମ୍‌ ଇଣ୍ଡିଆକୁ ସମାଲୋଚନା କରିଥିଲେ । ଖେଳାଳିମାନେ ଆଇପିଏଲରେ ପାଇଥିବା ଟଙ୍କାକୁ ନେଇ ଅହଂକାରୀ ହୋଇଛନ୍ତି ବୋଲି କପିଳ ଦେବ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.