ୟୁପି: ରାସ୍ତା ମଝିରେ ଗର୍ଭବତୀ ପତ୍ନୀଙ୍କୁ ଦେଲେ ଟ୍ରିପଲ୍‌ ତଲାକ୍‌, ସ୍ୱାମୀଙ୍କ ପ୍ରବଳ ମାଡ଼ରେ ଗର୍ଭସ୍ଥ ଶିଶୁର ମୃତ୍ୟୁ

ଉତ୍ତର ପ୍ରଦେଶର ବାନ୍ଦାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମୁସଲମାନ ବ୍ୟକ୍ତି ନିଜର ଗର୍ଭବତୀ ପତ୍ନୀଙ୍କୁ ରାସ୍ତା ମଝିରେ ଟ୍ରିପଲ ତଲାକ ଦେଇଛନ୍ତି। ଅଧିକ ଯୌତୁକ ନ ପାଇ ବ୍ୟକ୍ତି ଜଣକ କ୍ରୋଧିତ ଥିଲେ।

ଉତ୍ତର ପ୍ରଦେଶର ବାନ୍ଦାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମୁସଲମାନ ବ୍ୟକ୍ତି ନିଜର ଗର୍ଭବତୀ ପତ୍ନୀଙ୍କୁ ରାସ୍ତା ମଝିରେ ଟ୍ରିପଲ ତଲାକ ଦେଇଛନ୍ତି। ଅଧିକ ଯୌତୁକ ନ ପାଇ ବ୍ୟକ୍ତି ଜଣକ କ୍ରୋଧିତ ଥିଲେ। କୁହାଯାଉଛି ଯେ ଅଭିଯୁକ୍ତ ବ୍ୟକ୍ତି ଯୌତୁକ ଦାବିରେ ନିଜ ପତ୍ନୀଙ୍କୁ ଖୁବ୍‌ ମାଡ଼ ମାରିଥିଲେ, ଯାହାଫଳରେ ପତ୍ନୀଙ୍କ ଗର୍ଭରେ ବଢ଼ୁଥିବା ତାଙ୍କ ଶିଶୁର ମା’ ପେଟରେ ହିଁ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ପୀଡ଼ିତାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାରର ୬ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତିନ୍‌ ତଲାକ ଅଧିନିୟମ, ଯୌତୁକ ନିର୍ଯାତନା, ହତ୍ୟା ଉଦ୍ୟମ ସହିତ ଅନ୍ୟାନ୍ୟ ଧାରାରେ ଏହି ମାମଲା ପଞ୍ଜୀକୃତ ହୋଇଛି।

ସୂଚନା ରହିଛି, ୨୦୨୦ ନଭେମ୍ବରରେ ଅଭିଯୁକ୍ତ ଓ ପୀଡ଼ିତା ମହିଳାଙ୍କ ମଧ୍ୟରେ ବିବାହ ହୋଇଥିଲା। ପୀଡିତାଙ୍କ କହିବା ହେଲା, ତାଙ୍କ ବାପା ବିବାହ ସମୟରେ ଶାଶୁଘର ଲୋକଙ୍କୁ ନିଜ କ୍ଷମତାଠାରୁ ଅଧିକ ଯୌତୁକ ଦେଇଥିଲେ। ଏହା ସତ୍ତ୍ୱେ ସ୍ୱାମୀ ଏବଂ ତାଙ୍କ ପରିବାର ବାରମ୍ବାର ଯୌତୁକ ଦାବି କରିଆସୁଥିଲେ।

ସ୍ୱାମୀ, ଶାଶୁ, ନଣନ୍ଦ ଏବଂ ଅନ୍ୟମାନେ ପରବର୍ତ୍ତୀ ସମୟରେ ଆଉ କିଛି ଯୌତୁକ ନେଇଥିଲେ। ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ନିକଟରେ ଶାଶୁଘର ଲୋକେ ଯୌତୁକ ବାବଦକୁ ଆହୁରି ୨ ଲକ୍ଷ ଟଙ୍କା ଦାବି କରିଥିଲେ।

ଅଭିଯୋଗ ମୁତାବକ, ପୀଡ଼ିତାଙ୍କ ଶାଶୁଘର ଲୋକେ ତାଙ୍କ ସ୍ୱାମୀଙ୍କର ଦ୍ୱିତୀୟ ବିବାହ କରାଇବାକୁ ଚାହୁଁଛନ୍ତି। ପୀଡ଼ିତା କହିଛନ୍ତି, ଶାଶୁଘରର ଶାରୀରିକ ନିର୍ଯାତନା ଯୋଗୁ ତାଙ୍କ ଗର୍ଭରେ ବଢ଼ୁଥିବା ଶିଶୁର ମଧ୍ୟ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ପୋଲିସ କହିଛି ଯେ ମାମଲାର ତଦନ୍ତ ଜାରି ରହିଛି। ଏହି ମାମଲାରେ ପ୍ରମାଣ ସଂଗ୍ରହ ପାଇଁ ଉଦ୍ୟମ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.