ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ଶାହାରୁଖଙ୍କ କୋଲକାତା ନାଇଟ୍‌ ରାଇଡର୍ସ, ହେବ ଜୋରଦାର ମୁକାବିଲା

ଆଜି କୋଲକାତା ଓ ବାଙ୍ଗାଲୋର ମଧ୍ୟରେ ହେବ ଜୋରଦାର ଟକ୍କର। ଶାହାରୁଖଙ୍କ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ସୋମବାର ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ତେବେ ପୂର୍ବରୁ ବାଙ୍ଗାଲୋରର ବିଜୟହାର ଅଧିକ ଥିବାରୁ ଆଜି ପୁଣିଥରେ ବିରାଟ ବାଜି ମାରି ନେବା ଆଶଙ୍କା ରହିଛି। ଏଣୁ କେକେଆର ନିଜ ରଣନୀତିରେ କିଛିଟା ପରିବର୍ତ୍ତନ କରିପାରେ ବୋଲି ଆଶା କରାଯାଉଛି।

ipl

ଆଜି ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳିବେ ଏହି ଖେଳାଳି:

ବ୍ୟାଟିଂ: ଦେବଦତ୍ତ ପଡିକଲ, ଆରୋନ୍‌ ଫିଞ୍ଚ୍‌, ବିରାଟ କୋହଲି
ବୋଲିଂ: ନବଦୀପ ସୈନୀ, ୟୁଜବେନ୍ଦ୍ର ଚହଲ, ଇସୁର ଓଡ଼ାନା, ଏଡମ୍‌ ଜମ୍ପା
ଓ୍ଵିକେଟ୍‌ କିପର: ଏବି ଡିବିଲିୟର୍ସ
ଅଲରାଉଣ୍ଡର: ଶିବମ୍‌ ଦୁବେ, ଓ୍ଵାଶିଂଟନ୍‌ ସୁନ୍ଦର, ଗୁରକିରତ ମାନ୍‌

ଆଜି କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିବେ ଏହି ଖେଳାଳି:

ଶୁବମନ ଗିଲ୍, ରାହୁଲ ତ୍ରିପାଠୀ, ନୀତିଶ ରାଣା, ସୁନିଲ ନାରାଏନ୍, ଇୟନ ମୋର୍ଗାନ, ଆନ୍ଦ୍ରେ ରସେଲ୍, ଦିନେଶ କାର୍ତ୍ତିକ, ପାଟ୍ କମିନ୍ସ, କମଳେଶ ନାଗରକୋଟି, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.