Below header

ଭଲ ଅଛି ରିଷଭ ପନ୍ତଙ୍କ ମସ୍ତିସ୍କ ଓ ମେରୁଦଣ୍ଡର ଏମଆରଆଇ ରିପୋର୍ଟ, ମୁହଁରେ କରାଯାଉଛି ପ୍ଲାଷ୍ଟିକ୍‌ ସର୍ଜରୀ

ଡେରାଡୁନ: ରିଷଭ ପନ୍ତଙ୍କ ଏମଆରଆଇ ରିପୋର୍ଟ ଭଲ ଅଛି। ମସ୍ତିସ୍କ ଓ ମେରୁଦଣ୍ଡର MRI ହୋଇଥିଲା । ତାଙ୍କ ମୁହଁରେ ପ୍ଲାଷ୍ଟିକ୍‌ ସର୍ଜରୀ କରାଯାଉଛି। ଦୁର୍ଘଟଣାରେ ତାଙ୍କ ମୁହଁରେ ଆଘାତ ଲାଗିଛି। ଆଜି ତାଙ୍କ ପାଦ ଓ ଆଣ୍ଠୁର ଏମଆରଆଇ ହେବ। ଡେରାଡୁନର ମାକ୍ସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ପନ୍ତ ।

ମା’ଙ୍କୁ ସରପ୍ରାଇଜ ଦେବାକୁ ଯାଇ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି କ୍ରିକେଟର ରିଷଭ ପନ୍ତ। ଦିଲ୍ଲୀରୁ ରୁର୍‌କି ଯାଉଥିବା ବେଳେ ହରିଦ୍ୱାର ନିକଟରେ ଡିଭାଇଜରରେ ପିଟି ହୋଇଥିଲା ତାଙ୍କ ଗାଡ଼ି। ଦୁର୍ଘଟଣା ପରେ ଜଳି ଯାଇଥିଲା କାର। କିନ୍ତୁ ବର୍ତ୍ତିଯାଇଥିଲେ ପନ୍ତ। ଯାହାକୁ ବଡ଼ ଚମତ୍କାରିତା ବୋଲି କୁହାଯାଉଛି। ଆଇସିୟୁରେ କ୍ରିକେଟର ରିଷଭ ପନ୍ତ । ଗତକାଲି ଭୋରରୁ ଦିଲ୍ଲୀରୁ ରୁରକି ଯାଉଥିବା ବେଳେ ତାଙ୍କ ମର୍ସିଡିଜ ଗାଡ଼ି ଡିଭାଇଡରରେ ପିଟି ହୋଇଯାଇଥିଲା।

କାରରୁ ବାହାରି ଆସିବାକୁ ସକ୍ଷମ ହୋଇଥିଲେ ମଧ୍ୟ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ପନ୍ତଙ୍କ କପାଳରେ ୨ଟି କ୍ଷତ ସୃଷ୍ଟି ହୋଇଥିବା ବେଳେ ଡାହାଣ ଆଣ୍ଠୁର ଲିଗାମେଣ୍ଟ ଛିଡ଼ିଯାଇଛି। ଡାହାଣ କଚଟି, ବଳାଗଣ୍ଠିରେ ଆଘାତ ସହ ପିଠିରେ ମଧ୍ୟ କ୍ଷତ ସୃଷ୍ଟି ହୋଇଛି। ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିସିସିଆଇ ପକ୍ଷରୁ ବିବରଣୀ ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.